fbpx

କାହିଁକି ରାଜନୀତିରେ ବୃଦ୍ଧି ପାଉନାହିଁ ମହିଳା ଭୋଟରଙ୍କ ସହ ବିଧାୟିକାଙ୍କ ସଂଖ୍ୟା?

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାୟିକା ଭାବେ ବର୍ଷା ସିଂହ ବରିହା ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ତାଙ୍କର ଶପଥ ପରେ ବର୍ତ୍ତମାନ ବିଧାନସଭାରେ ମହିଳା ବିଧାୟିକାଙ୍କ ସଂଖ୍ୟା ବର୍ତ୍ତମାନ ୧୭କୁ ବୃଦ୍ଧି ପାଇଛି । ତେବେ ଏହି ୧୭ ଜଣ ମହିଳା ବିଧାୟିକା ମାନଙ୍କ ଭିତରେ ବିଜେଡିର ୧୬ଜଣ ବିଧାୟିକା ରହିଛନ୍ତି ।

କେବଳ ଏତିକି ନୁହେଁ ଏହି ୫ଜଣ ମହିଳା ବିଧାୟିକା ମାନଙ୍କ ଭିତରେ ୫ଜଣ ମନ୍ତ୍ରୀ ପଦରେ ମଧ୍ୟରେ ମଣ୍ଡିତ ଅଛନ୍ତି । ସୂଚନାମୁତାବକ ଏବେ ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ ରହିଛି । ଯାହାକି ପୁରୁଷ ମାନଙ୍କ ତୂଳନାରେ ସ୍ୱଭାବିକ ଭାବରେ କମ ରହିଛି । ଯାହା ସୂଚନା ଦେଉଛି ଯେ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ କମ ।’ରାଜନୈତିକ ଅଂଶଗ୍ରହଣ’ ଶବ୍ଦର ବହୁତ ବ୍ୟାପକ ଅର୍ଥ ଅଛି। ଏହା କେବଳ ‘ଭୋଟ୍ ଅଧିକାର’ ସହିତ ଜଡିତ ନୁହେଁ, ବରଂ ଏଥିରେ ଅଂଶଗ୍ରହଣ ସହିତ ଜଡିତ: ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ରାଜନୈତିକ ସକ୍ରିୟତା, ରାଜନୈତିକ ସଚେତନା ଇତ୍ୟାଦି । ଭାରତର ମହିଳାମାନେ ଭୋଟ୍ ଦେବାରେ ଅଂଶଗ୍ରହଣ କରନ୍ତି।କିନ୍ତୁ ପୁରୁଷମାନଙ୍କ ଅପେକ୍ଷା ମହିଳା ମାନଙ୍କ ସଂଖ୍ୟା କମ ।ରାଜନୀତିରେ ଲିଙ୍ଗଗତ ଅସମାନତାକୁ ମୁକାବିଲା କରିବା ପାଇଁ ଭାରତ ସରକାର ସ୍ଥାନୀୟ ସରକାରରେ ଆସନ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ଏହା ପରେ ମଧ୍ୟ ମହିଳା ମତଦାତା ମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଉନାହିଁ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନିକଟରେ ହୋଇଥିବା ହିମାଚଳ ପ୍ରଦେଶ ନିର୍ବାଚନରେ ୬୮ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି କିନ୍ତୁ ତାଙ୍କ ଭିତରୁ ମହିଳାଙ୍କ ସଂଖ୍ୟା ମାତ୍ର ୧ ରହିଛି । ଠିକ ସେହି ପରି ଗୁଜରାଟ ନିର୍ବାଚନରେ ୧୮୨ଟି ଆସନ ପାଇଁ ନିର୍ବାଚନ ହୋଇଥିଲା ଯେଉଁଥିରେ ମୋଟ ୧୫ ଜଣ ମହିଳା ବିଜୟ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ଯେଉଁ ସ୍ଥାନରେ ମହିଳା ଭୋଟର ମାନଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ସେହି ସ୍ଥାନରେ ମହିଳା ବିଧାୟିକାଙ୍କ ସଂଖ୍ୟା ଖୁବ କମ ପ୍ରତିଶତ ରହିଛି । ମିଜୋରାମରେ ମହିଳା ଭୋଟରଙ୍କ ସଂଖ୍ୟା ୫୧ ପ୍ରତିଶତ ରହିଛି କିନ୍ତୁ ସେଠାରେ ମହିଳା ବିଧାୟିକାଙ୍କ ସଂଖ୍ୟା ଶୂନ । ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ମହିଳା ଭୋଟର ମାନଙ୍କ ସଂଖ୍ୟା ବୃଦ୍ଧି ପାଇଲେ ମହିଳା ବିଧାୟିକାଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ ଏହାର କୌଣସି ସାମଞ୍ଜସ୍ୟ ନାହିଁ କାରଣ ଏବେ ସୁଦ୍ଧା ଦେଶର ଭୋଟ ଦାତାମାନେ ଦଳ ଦେଖି ଭୋଟ ପକାଇଥାଆନ୍ତିୁ ପ୍ରାର୍ଥୀ ଦେଖି ନୁହେଁ । ଏହା ସହିତ ସେମାନେ ଭାବନ୍ତି ମହିଳା ମାନେ ଲଢ଼ିପାରିବେ ନାହିଁ । ଯାହା ଫଳ ସ୍ୱରୁପ ଅଧିକାଂଶ ସ୍ଥାନରେ ଦଳ ପୁରୁଷ ମାନଙ୍କୁ ଟିକଟ ଦେଇଆନ୍ତି । ଯାହା ପାଇଁ ଦେଶର ଅନେକ ସ୍ଥାନରେ ଏବେ ଦଳୀୟ ମହିଳା ବିଧାୟିକା ନାହାନ୍ତି । ମହିଳା ମାନଙ୍କ ବର୍ତ୍ତମାନ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କୁ ରାଜନୈତିକ କ୍ଷେତ୍ରରେ ଯଦି ଅଗ୍ରାଧିକାର ଦିଆ ଯାଏ ତେବେ ସେମାନେ ଏହି କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରି ପାରିବେ ।

 

Get real time updates directly on you device, subscribe now.