fbpx

(VIDEO) ଭଦ୍ରକ ହନୁମାନ ମିନି ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଧୋନି; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନି ଯିଏ ଭଦ୍ରକ ଆସିଥିଲେ । ଏଥିସହିତ ସେ ଏଠାରେ ମ୍ୟାଚ ମଧ୍ୟ ଖେଳିଥିଲେ । ତେବେ ଏହି ମ୍ୟାଚଟି ହନୁମାନ ଜୁଏଲ ମିନି ଷ୍ଟାଡିୟମରେ ସେ ଖେଳାଯାଇଥିଲା । ଯାହାକୁ ଟିଲୋ ଆଥେଲେଟିକ ଆଶୋସିଏସନ୍ ଆୟୋଜନ କରିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ ଧୋନି ୨୦୦୨ ମସିହାରେ ଭଦ୍ରକ ଆସିଥିଲେ । ଭଦ୍ରକରେ ରହି ସେ ରେଲୱେ ତରଫରୁ ମ୍ୟାଚ୍ ମଧ୍ୟ ଖେଳିଥିଲେ । ଯେଉଁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏହା ପଛରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନାହିଁ । ତେବେ ଭାଇରାଲ ହେଉଥିବା ଫୋଟୋରେ କ୍ୟାପଟେନ୍ କୁଲ ଧୋନି ଧଳା ଜର୍ସିରେ ରହିଥିବା ଦେଖିବାକୁ ମିଳିଛି । ଏଥିସହିତ ସେ ଗ୍ଲୋବସକୁ ହାତରୁ ବାହାର କରି ଧରିଛନ୍ତି । ସେହିପରି ଏହି ଫଟୋରେ ଏହା ମଧ୍ୟ ଅଛି ଯେ, ସେ ତାଙ୍କ ହେଲମେଟ ଏବଂ ବ୍ୟାଟକୁ ତଳେ ରଖି ଦେଇଛନ୍ତି ।

ଭାଇରାଲ ହେଉଥିବା ଏହି ଫଟୋକୁ ଦେଖିବାପରେ ମନେ ହେଉଛି ଏହି ଫଟୋଟି ମ୍ୟାଚ୍ ମଝିରେ ଡ୍ରିଙ୍ଗସ ବ୍ରେକ୍ ସମୟର । ଅନୁମାନ କରାଯାଉଛିକି ସେ ଖରଗପୁର ତରଫରୁ ରେଲୱେ ମ୍ୟାଚ୍ ଖେଳିବା ପାଇଁ ଧୋନି ଭଦ୍ରକ ଆସିଥିଲେ । ଯଦି ଦେଖିବା ଧୋନିଙ୍କ ସହ ଅନ୍ୟ ଖେଳାଳିମାନଙ୍କର ତାଲିକା ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ କୌସିକ ଚକ୍ରବୋର୍ତ୍ତି ଅଧିନାୟକ, ପ୍ରଶାନ୍ତ ସିଂ ରୟ, ଏମଏସ୍ ଧୋନି, ସତ୍ୟ ପ୍ରକାଶ, ରୋବିନ କୁମାର, ଅନିକେତ ଦାସ,ଗୌତମ ଗମ୍ଭିର ଆଦି ସାମିଲ ଥିଲେ ।

Get real time updates directly on you device, subscribe now.