fbpx

ବଦଳିଲା ଅନଲାଇନରେ ଟିକେଟ୍ ବୁକିଂ କରିବାର ସିଷ୍ଟମ୍ ! IRCTC ଜାରି କଲା ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଜିକାଲି ଟ୍ରେନରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଆଇଆରସିଟିସିର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଅନଲାଇନ୍ ବୁକିଂ କରନ୍ତି । କିନ୍ତୁ ଆପଣ ଶେଷ ଥର ପାଇଁ କେବେ ବୁକିଂ କରିଥିଲେ ମନେ ଅଛି କି ? ଯଦି ନାଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ୨୦୨୨ରେ ଜାରି ତଥ୍ୟ ଅନୁସାରେ, ଆଇଆରସିଟିସିର ୩ କୋଟି ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି । ଏପରି ପରିସ୍ଥିତିରେ ଆଇଆରସିଟିସି ପକ୍ଷରୁ କରାଯାଇଥିବା ପରିବର୍ତ୍ତନ ବିଷୟରେ ଆପଣ ଜାଣିବା ନିହାତି ଜରୁରୀ ।

୪୦ ଲକ୍ଷ ଉପଭୋକ୍ତା ଯାଞ୍ଚ କରିନାହାଁନ୍ତି ଆକାଉଣ୍ଟ :-
କୋଭିଡ୍ -୧୯ ମହାମାରୀ ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବାରୁ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ଟିକେଟ ବୁକିଂ କରିବାର ନିୟମରେ ପରିବର୍ତ୍ତନ କରିଥିଲା ଆଇଆରସିଟିସି । ନୂଆ ନିୟମ ଅନୁସାରେ, ଉପଭୋକ୍ତାମାନେ ଟିକେଟ ବୁକିଂ କରିବା ପୂର୍ବରୁ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିବା ଜରୁରୀ ଥିଲା । କିନ୍ତୁ ପ୍ରାୟ ୪୦ ଲକ୍ଷ ଉପଭୋକ୍ତା ଏପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିନାହାଁନ୍ତି । ଯେଉଁମାନେ ଉପଭୋକ୍ତାମାନେ ଆକାଉଣ୍ଟ ଭେରିଫାଏ କରିନାହାଁନ୍ତି, ସେମାନେ ଭବିଷ୍ୟତରେ ଅନଲାଇନରେ ଟିକେଟ ବୁକ୍ କରିପାରିବେ ନାହିଁ ।

ଆଇଆରସିଟିସି ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁଯାୟୀ, ଉପଭୋକ୍ତାମାନେ ଅନଲାଇନ୍ ଟିକେଟ ବୁକ୍ କରିବା ପୂର୍ବରୁ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଭେରିଫାଏ କରିବା ଆବଶ୍ୟକ । ଆଇଆରସିଟିସି ଦ୍ୱାରା କରାଯାଇଥିବା ପରିବର୍ତ୍ତନ ଏପରି ଯାତ୍ରୀମାନଙ୍କ ପାଇଁ ଲାଗୁ ହେବ, ଯେଉଁମାନେ କୋଭିଡ -୧୯ ମହାମାରୀ ଆରମ୍ଭ ହେବାର ମାସକ ପରେ ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିନାହାଁନ୍ତି । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆକାଉଣ୍ଟ ଭେରିଫାଏ କରିନାହାଁନ୍ତି, ତେବେ ଶୀଘ୍ର କରନ୍ତୁ । ଏହା ସରିବା ପରେ ଆପଣଙ୍କୁ ଟିକେଟ୍ ବୁକିଂରେ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା ଏହାର ପ୍ରୋସେସ୍…

ମୋବାଇଲ୍ ଏବଂ ଇମେଲ୍ ମାଧ୍ୟମରେ ଭେରିଫାଏ:-
-ଆଇଆରସିଟିସିର ଆପ୍ କିମ୍ବା ୱେବସାଇଟ୍ କୁ ଯାଇ ଭେରିଫାଏ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ ।
-ଏବେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଏଣ୍ଟର କରନ୍ତୁ ।
-ଉଭୟ ସୂଚନା ଏଣ୍ଟର କରିବା ପରେ ଭେରିଫାଏ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
– ଏଠାରେ କ୍ଲିକ୍ କରିବା ପରେ ଆପଣଙ୍କ ମୋବାଇଲରେ ଓଟିପି ଆସିବ, ଏହାକୁ ଏଣ୍ଟର କରି ମୋବାଇଲ୍ ନମ୍ବର ଭେରିଫାଏ କରନ୍ତୁ ।
-ଇ-ମେଲ୍ ଆଇଡିରେ ଆସିଥିବା କୋଡ୍ ଏଣ୍ଟର କରିବା ପରେ ଆପଣଙ୍କୁ ମେଲ୍ ଆଇଡି ମଧ୍ୟ ଭେରିଫାଏ କରିବାକୁ ପଡ଼ିବ ।
-ଏହି ପ୍ରୋସେସକୁ ଶେଷ କରିବା ପରେ ଆପଣ ଟ୍ରେନ୍ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ ।

Get real time updates directly on you device, subscribe now.