fbpx

ହାଇକୋର୍ଟରେ ବାହାରିଲା ନିଯୁକ୍ତିର ସୁଯୋଗ:୩୧ ଡିସେମ୍ବର ଆବେଦନର ଶେଷ ତାରିଖ, ଶୀଘ୍ର କରନ୍ତୁ ଆବେଦନ

ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ପାଇଁ ସମସ୍ତେ ଲାଗି ପଡିଛନ୍ତି । ତେଣୁ କିଛି ଭି କରି କି ସମସ୍ତେ ଏଥିରେ ଦାଖିଲା ଭରିବାକୁ ଉଦ୍ୟମ କରୁଛନ୍ତି ।ତେବେ ଏହା ଭିତରେ  ଗୁଜୁରାଟ ହାଇକୋର୍ଟ ଲିଗାଲ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି , ସେମାନେ ଗୁଜରାଟ ହାଇକୋର୍ଟର ଅଫିସିଆଲ୍ ୱେବସାଇଟ୍ gujarathighcourt.nic.in ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ ପାଇଁ କ୍ଲିକ୍ କରିପାରିବେ । ସିଧାସଳଖ ଏହି ଲିଙ୍କରେ କ୍ଲିକ୍ କରି https://gujarathighcourt.nic.in/ ଅଧିକ ସୂଚନା ପାଇପାରିବେ । ଏହା ସହିତ, ଆପଣ ଏହି ଲିଙ୍କ୍ ରେ ଗୁଜୁରାଟ ହାଇକୋର୍ଟ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ ।

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮ ଟି ପଦବୀ ପୂରଣ ହେବ ।
ଆବେଦନ କରିବାକୁ ଆରମ୍ଭ ତାରିଖ – ୧୫ ଡିସେମ୍ବର
ଆବେଦନ କରିବାର ଶେଷ ତାରିଖ – ୩୧ ଡିସେମ୍ବର

ଶିକ୍ଷାଗତ ଯୋଗ୍ୟତା :ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିବା ଆବଶ୍ୟକ ଏବଂ ରାଜ୍ୟର ବାର୍ କାଉନସିଲ୍ ସହିତ ଆଡଭୋକେଟ୍ ଭାବରେ ନାମ ଲେଖାଇବା ଆବଶ୍ୟକ ।

ଗୁଜୁରାଟ ହାଇକୋର୍ଟ ନିଯୁକ୍ତି ପାଇଁ ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ଡିସେମ୍ବର ୩୧, ୨୦୨୨ ସୁଦ୍ଧା ୩୫ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ।
ଗୁଜୁରାଟ ହାଇକୋର୍ଟ ନିଯୁକ୍ତି ପାଇଁ ଆବେଦନ ଶୁଳ୍କ: ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୫୦୦ ଟଙ୍କା ଦେବାକୁ ପଡିବ।

Get real time updates directly on you device, subscribe now.