fbpx

ତୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ: ଉଭୟ ପକ୍ଷର କିଛି ସୈନିକ ଆହତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବଦମାସୀ ଆରମ୍ଭ କରିଛନ୍ତି ଚୀନ୍ ସେନା । ଭାରତ ଓ ଚୀନ ସେନା ମୁହଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଧସ୍ତାଧସ୍ତି ମଧ୍ୟରେ ଉଭୟ ପକ୍ଷର କିଛି ସୈନିକ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେ ହୋଇଛି । ଘଟଣା ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଡକାଯାଇଥିଲା । କମାଣ୍ଡରସ୍ତରୀୟ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ଘଟଣା ୯ ଡିସେମ୍ବର ୨୦୨୨ରେ ଘଟିଥିଲା । ଖବର ଅନୁସାରେ, ଚୀନ ସେନା ଏଲଏସି ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ । ଚୀନ ସେନାଙ୍କ ଏଭଳି କାମର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା । ଏହାରି ମଧ୍ୟରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ, ଫଳରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଥିଲେ ।

Get real time updates directly on you device, subscribe now.