ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାରେ ପକାଇଥାଏ । ଯେଉଁ କାରଣରୁ ଆମେ ଅନେକ ରୋଗର ଶିକାର ହୁଅନ୍ତି । ତେବେ ଏହି ରୋଗମାନଙ୍କ ମଧ୍ୟରୁ ଏପରି କିଛି ରୋଗ ଅଛି ଯାହାର ଲକ୍ଷଣ ସାଧାରଣ ହୋଇଥାଏ । ଫଳରେ ଆମେ ଏହାକୁ ଅଜାଣତରେ ଅଣଦେଖା କରନ୍ତି । ଯେଉଁଥିପାଇଁ ପରବର୍ତ୍ତି ସମୟରେ ଏହା ଅନେକ ସମସ୍ୟାର କାରଣ ହୋଇ ଛିଡା ହୁଏ । ସେହିପରି ଏକ ସମସ୍ୟା ହେଉଛି ଶୋଇବା ସମୟରେ ଗଳା ଶୁଖିବା, ଯାହାକି ଅନେକ ରୋଗର ଲକ୍ଷଣ ହୋଇଥାଏ । ତେବେ ଶୋଇବା ସମୟରେ ପ୍ରତ୍ୟେକ ଦିନ ଯଦି ଆପଣଙ୍କ ଗଳା ଶୁଖିଯାଉଛି, ତେବେ ଏହାକୁ ଅଣଦେଖଆ କରନ୍ତୁ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ଶୋଇବା ସମୟରେ ଗଳା ଶୁଖିବା କେଉଁ ସବୁ ରୋଗର ଲକ୍ଷଣ ହୋଇଥାଏ ।
ମଧୁମେହ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଶୋଇବା ସମୟରେ ଯଦି ଆପଣଙ୍କ ଗଳା ବାରମ୍ବାର ଶୁଖୁଛି ତେବେ ଏହା ମଧୁମେହ ରୋଗର ସଂକେତ ଦେଇଥାଏ । କାରଣ ଶରୀରରେ ସୁଗାର ଲେବଲ ବଢିବା ଦ୍ୱାରା ଆପଣ ପ୍ରଚୁର ପରିମାଣରେ ପାଣି ପିଇଥିଲେ ମଧ୍ୟ ଗଳା ବାରମ୍ବାର ଶୁଖି ଯାଇିଥାଏ । ଯାହାକି ମଧୁମେହ ରୋଗର ସଂକେତ ଦେଇଥାଏ । ତେଣୁ ଏପରି ସମସ୍ୟା ଦେଖା ଦେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ସାଇନସ୍: ସାଇନସ୍ ଏକ ଶ୍ୱାସ ଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ବ୍ୟକ୍ତି ପାଟି ସାହାଯ୍ୟରେ ନିଶ୍ୱାସ ନେଇଥାଏ । ଫଳରେ ସେମାନଙ୍କର ଗଳା ବାରମ୍ବାର ଶୁଖିଥାଏ । ତେଣୁ ଯଦି ଆପଣଙ୍କର ଏପରି କିଛି ସମସ୍ୟା ଦେଖାଦେଉଛିୁ ତେବେ ଏହା ସାଇନସ୍ ରୋଗର ଲକ୍ଷଣ ବୋଲି ଜଣା ପଡିଥାଏ ।
ପୋଲିଡିସ୍ପିଆ: ରାତିରେ ଶୋଇବା ସମୟରେ ବାରମ୍ବାର ଗଳା ସୁଖିବା ପୋଲିଡିସ୍ପିଆ ରୋଗର ଲକ୍ଷଣ ହୋଇଥାଏ । ଏହି ରୋଗ ଶରୀରରେ ଜଳୀୟ ଅଂଶ କମ୍ ହେବା କାରଣରୁ ଦେଖାଦେଇଥାଏ । ଫଳରେ ଯେତେ ପାଣି ପିଇଲେ ମଧ୍ୟ ଗଳା ବାରମ୍ବାର ଶୁଖିଯାଏ ।
ଡିହାଇଡ୍ରେସନ: କିଛି ଲୋକ କମ୍ ମାତ୍ରାରେ ପାଣି ପିଇଥାନ୍ତି । ଫଳରେ ସେମାନଙ୍କ ଶରୀରରେ ଡିହାଇଡ୍ରେସନ ଦେଖାଦେଇଥାଏ । ଯେଉଁକାରଣରୁ ଶୋଇବା ସମୟରେ ବାରମ୍ବାର ଗଳି ଶୁଖିଯାଏ । ତେବେ ଏପରି କିଛି ସମସ୍ୟା ଦେଖାଦେଲେ ତେବେ ଏହାକୁ ଅଣଦେଖା ନକରି ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।