fbpx

ଆଉ ଅଟକିବନି ଆପଣଙ୍କ EPF ଟଙ୍କା: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ୨୦୨୨ ବର୍ଷ ସରିବାକୁ ଅଳ୍ପଦିନ ବାକି ରହିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଚାକିରିଆ ଲୋକଙ୍କୁ ଖୁସିଖବର ଦେଇଛନ୍ତି । କେନ୍ଦ୍ର ଘୋଷଣା କରିଛି ଯେ, ବର୍ତ୍ତମାନ ସମସ୍ତ ଇପିଏଫ ଆକାଉଣ୍ଟଧାରୀଙ୍କ ଦାବିକୁ ଶୀଘ୍ର ପ୍ରକ୍ରିୟାକରଣ କରିବା ଜରୁରୀ ଏବଂ କୌଣସି କାରଣ ନ କହି କାହାର ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ନୁହେଁ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଇପିଏଫ୍ ଥିବା ଲୋକଙ୍କ ପାଇଁ ବହୁତ ଖୁସିର କଥା ଭାବେ ସାବ୍ୟସ୍ତ ହେବ ।

ତେବେ ପ୍ରତି ମାସରେ କମ୍ପାନୀ କିମ୍ବା କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନରୁ ଇପିଏଫ୍ କଟାଯାଇଥାଏ, ଯାହା ଆବଶ୍ୟକତା ସମୟରେ ସୁଧ ସହିତ ଫେରସ୍ତ କରିବାର ନିୟମ ରହିଛି । ଯଦିଓ ଆକାଉଣ୍ଟଧାରୀମାନେ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ ଯେ, ଯେତେବେଳେ ସେମାନେ ଟଙ୍କା ଆବଶ୍ୟକ କରନ୍ତି, ଆବେଦନ ସତ୍ତ୍ୱେ କୌଣସି କାରଣ ନ ଦେଇ ସେମାନଙ୍କର ଇପିଏଫ୍ ଦାବି ପ୍ରତ୍ୟାଖ୍ୟାନ କରାଯାଏ । ଏବେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ବିସ୍ତୃତ ଗାଇଡଲାଇନ୍ ଜାରି କରିଛି । ସରକାର କହିଛନ୍ତି ଯେ କୌଣସି ପରିସ୍ଥିତିରେ ସ୍ପଷ୍ଟ କାରଣ ନ ଦେଇ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ନୁହେଁ କିମ୍ବା ଏହାକୁ ଜାରି କରିବାକୁ ଅଧିକ ସମୟ ଲାଗିବ ନ ଲଗାଇବା ଉଚିତ୍ ।

ମନ୍ତ୍ରଣାଳୟ ନିଜର ନୂଆ ଗାଇଡଲାଇନରେ କହିଛି ଯେ, ଯଦି ଇପିଏଫଓ ସହ ଜଡିତ କୌଣସି ଆବେଦନ ଗ୍ରହଣ କରାଯାଏ ତେବେ ତୁରନ୍ତ ଏହାର ସମାଧାନ କରାଯିବା ଉଚିତ । ଯଦି ଫର୍ମ ପୂରଣ କରିବା ସମୟରେ ଆବେଦନକାରୀ କୌଣସି ଭୁଲ କରନ୍ତି, ତେବେ ସ୍ପଷ୍ଟ କାରଣ ଦର୍ଶାଇ ଏହାକୁ ଦୂର କରିବାକୁ କୁହାଯିବା ଉଚିତ, ଯାହା ଦ୍ୱାରା ଖୁବ୍ କମ୍ ସମୟ ମଧ୍ୟରେ କ୍ଲେମ୍ ସମାଧାନ ହୋଇପାରିବ । ଏହି ପ୍ରକ୍ରିୟାରେ ବି ଯଦି କୌଣସି କ୍ଲେମ୍ ପ୍ରତ୍ୟାଖ୍ୟାନ ହୁଏ, ତେବେ ଆବେଦନକାରୀଙ୍କୁ ଡାକି ତାଙ୍କୁ ନୂଆ କରି ଆବେଦନ କରିବାରେ ସାହାଯ୍ୟ କରିବାକୁ ପଡିବ । ଏହା ସହ ଯେଉଁ କାରଣରୁ ପୂର୍ବଥର ଫାଇଲ୍ ରିଜେକ୍ଟ ହୋଇଥିଲା, ତାଙ୍କୁ ସମସ୍ତ ତ୍ରୁଟି ବିଷୟରେ କହିବାକୁ ପଡିବ ।

Get real time updates directly on you device, subscribe now.