fbpx

ଓଜନ ପାଇଁ ପୋଲିସ ବାବୁଙ୍କୁ ଛାଡିଲେ ସ୍ତ୍ରୀ, ଆସିଲା ହାର୍ଟ ଆଟାକ

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଓଜନ ଅଧିକ ହେବା ପରେ ଓଜନ ହ୍ରାସ ପାଇଁ ସର୍ଜରୀ କରୁଛନ୍ତି । କିଛି ଲୋକ ଏହି ସର୍ଜରୀ କରି ବଞ୍ଚୁଛନ୍ତି ତ କିଏ ମୃତ୍ୟୁ ବରଣ କରୁଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି । ବ୍ୟକ୍ତି ଜଣକ ଓଜନ ୪୪୪ କିଲୋ ହୋଇଯାଇଥିଲା । ଓଜନ କମାଇବାକୁ ସର୍ଜରୀର ସହାୟତା ନେଇଥିଲେ ଏବଂ ଏହାପରେ ତାଙ୍କ ଓଜନ ୧୨୦କିଲୋ କମିଯାଇଥିଲା । ହେଲେ ଦୁଃଖର କାରଣ ହେଉଛି, ଏହାପରେ ତାଙ୍କୁ ହାର୍ଟଆଟକ ଆସିଥିଲା ଫଳରେ ସେ ମୃତ୍ୟୁ ବରଣ କରିଥିଲେ । ଏହି ବ୍ୟକ୍ତିଙ୍କ ନାମ ଆଣ୍ଡ୍ରେସ ମୋରେନୋ ଯିଏ ମାକ୍ସିକୋରେ ରହୁଥିଲେ । ତାଙ୍କର ଲଗାତାର ଓଜନ କମୁଥିଲା, ହେଲେ ଡାକ୍ତର କହିଛନ୍ତି ଯେ, ଇମୋଶନଲ ଷ୍ଟ୍ରେସ୍ ପାଇଁ ତାଙ୍କର ହାର୍ଟ ଆଟାକ ଆସିଥିଲା ଫଳରେ ସେ ମୃତ୍ୟୁ ମୃତ୍ୟୁ ବରଣ କରିଛନ୍ତି ।

ସୂଚନା ଅନୁସାରେ, ୨୦୧୫ ମସିହାରେ ଏଣ୍ଡ୍ରେସ ମୋରେନୋଙ୍କ ଓଜନ ୪୪୪ କିଲୋ ଥିଲା । ଯାହାକୁ ଦୁନିଆର ସବୁଠାରୁ ମୋଟା ବ୍ୟକ୍ତି କୁହାଯାଉଥିଲା । ସାଧାରଣତଃ ପିଲା ଜନ୍ମ ହେବା ସମୟରେ ୨.୮କେଜି ରୁ ୩.୨ କିଲୋ ଓଜନର ହୋଇଥାନ୍ତି ହେଲେ ଏଣ୍ଡ୍ରେସ ଜନ୍ମ ହେବା ସମୟରେ ୫.୮କିଲୋ ର ହୋଇଥିଲେ । ସେ ଯେତେବେଳେ ୧୦ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ଓଜନ ୮୨ କିଲୋ ଥିଲା ।

ସେ ବଡ ହେବା ପରେ ଜଣେ ପୋଲିସ ଅଫିସର ହୋଇଥିଲେ ଏହାପରେ ଜଣେ ଝିଅଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କୁ ଯେତେବେଳେ ୨୦ବର୍ଷ ହେଲା ସେତେବେଳେ ପରେ ଓଜନ ପାଇଁ ତାଙ୍କୁ ଅନେକ ରୋଗ ହୋଇଥିଲା ଏବଂ ଅତ୍ୟଧିକ ଓଜନ ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଦେଇଥିଲେ । ଏହାପରେ ସେ ତାଙ୍କ ସାଙ୍ଗ ଏବଂ ପରିବାରକୁ ନିଜ ଅବସ୍ଥା ବିଷୟରେ ଆଲୋଚନା କରୁଥିଲେ । ମୃତ୍ୟୁ ପଛରେ ଅନ୍ୟ କାରଣ ହେଉଛି, ତାଙ୍କ ପତ୍ନୀ ତାଙ୍କୁ ଛାଡିଚାଲି ଯାଇଥିଲେ ଫଳରେ ସେ ଅନେକ ଇମୋସନାଲ ଷ୍ଟ୍ରେସ ନେଇ ମୃତ୍ୟୁ ବରଣ କରିଥିଲେ ।

ସୂଚନା ଅନୁସାରେ, ସର୍ଜରୀ ସମୟରେ ଡାକ୍ତର ତାଙ୍କ ପେଟରୁ ୭୦କିଲୋ ମାଂସ କାଢିଦେଇଥିଲେ । କିନ୍ତୁ ଏହାର ପୂର୍ବଦିନ ସେ ୬ଟି ଏନର୍ଜି ଡ୍ରିଙ୍କ ପିଇଥିଲେ । ଯାହାକୁ ନେଇ ହାର୍ଟ ଆସିବା କଥା କୁହାଯାଉଛି । ସେ ଲଗାତାର ଓଜନ କମାଉ ଥିଲେ ସେଥିପାଇଁ ୨୦୧୫ ମସିହା ଡିସେମ୍ବର ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।ଓଜନ ବଢି ମୋଟା ହେଲେ ଡାଇବେଟିକ୍ସ ହୋଇପାରେ । ଯେଉଁ ଲୋକମାନେ ମୋଟା ଅଛନ୍ତି ତାଙ୍କୁ ହାଇ କୋଲେକଷ୍ଟ୍ରଲ, ବ୍ଲଡ୍ ପ୍ରେସର ଏବଂ ହୃଦଘାତ ଭଳି ରୋଗର ସମ୍ଭାବନା ଅଧିକ ଥାଏ । ଆମେରିକା ହାର୍ଟ ଆସୋସିଏସନ ଅନୁସାରେ, ୬୫ବର୍ଷିୟ ଲୋକମାନଙ୍କ ମଧ୍ୟରେ ଡାଇବେଟିସ୍ ଏବଂ ହାର୍ଟ ଡିଜିଜ ସମସ୍ୟା ରହିଥାଏ । ସେହିପରି ଆମେରିକା ହାର୍ଟ ଆସୋସିଏସନ ସୂଚନା ଦେଇ କହିଛନ୍ତି ଯେ, ଡାଇବେଟିସ ଲୋକଙ୍କୁ ହାର୍ଟଆଟାକ ଆସିବାର ଅଧିକ ସମ୍ଭାବନା ରହିଛି ।

Get real time updates directly on you device, subscribe now.