fbpx

ଏହି ରୋଗ ପାଇଁ ମେଣ୍ଟାଲ ଟ୍ରୋମାରେ ଥିଲେ ହ୍ରିତିକ: କହିଲେ ପ୍ରତ୍ୟେକ ଦିନ କାନ୍ଦୁଥିଲି ,ନା ଥିଲେ ସାଙ୍ଗ ନା…

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ତାଙ୍କର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ସୁପର ହିଟ ହୋଇଥିବା ବେଳେ ହ୍ରିତିକଙ୍କ ଅଭିନୟ ଏବଂ ଡ୍ୟାନ୍ସ ଦର୍ଶକଙ୍କ ମନକୁ ଜିତି ପାରିଛି । ତେବେ ନିକଟରେ ହୋଇଥିବା ଏକ ଇଣ୍ଟରଭିୟୁରେ ଅଭିନେତା ହ୍ରିତିକ ରୋଶନ ତାଙ୍କ ନିଜ ବିଷୟରେ ଏପରି କିଛି କଥା କହିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ହ୍ରିତିକ ନିଜ ବିଷୟରେ ଖୁଲାସା କରି କହିଛନ୍ତି ସେ ଏକ ରୋଗରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିରେ ସେ ମେଣ୍ଟାଲ ଟ୍ରୋମାର ଶିକାର ହୋଇଥିଲେ । ଫଳରେ ସେ ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରି କି ସେ ଏପରି ଭାବରେ କାନ୍ଦୁଥିଲେ ଯେ, ପିଲାମାନେ ତାଙ୍କର ମଜାକ ଉଡାଉଥିଲେ ।

ବଲିଉଡର ଗ୍ରିକ ଗ୍ରାଣ୍ଡ କୁହାଯାଉଥିବା ହ୍ରିତିକ ରୋଶନ ନିଜ ବିଷୟରେ ଅନେକ କଥା ଖୁଲାସା କରିଛନ୍ତି । ସେ ଏକ ମିଡିଆ ପ୍ଲାଟଫର୍ମରେ କଥା ହେବା ସମୟରେ ଏହି କଥା କହିଛନ୍ତି । ତେବେ ହ୍ରିତିକ କହିଛନ୍ତି ଯେ, ଛୋଟବେଳେ ମୋ ଉପରେ ମୋର ଭରସା ନଥିଲା । ସେ ମାନସୀକ ଏବଂ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଫଳରେ ସେ ମେଣ୍ଟାଲ ଟ୍ରମା ବିଷୟରେ ମଧ୍ୟ ଅନେକ କଥା କହିଥିଲେ । ଯାହାକୁ ଜାଣିବା ପରେ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିସହିତ ସେ ଆହୁରୀ ମଧ୍ୟ କହିଥିଲେ ଯେ ଛୋଟବେଳେ କଥା କହିବା ସମୟରେ ହ୍ରିତିକ ଅଟକି ଅଟକି କଥା କହୁଥିଲେ । ଯେଉଁ କାରଣରୁ ସ୍କୁଲ ପିଲାମାନେ ତାଙ୍କୁ ଚିଡାଉଥିଲେ । ଏହି ରୋଗ କାରଣରୁ ତାଙ୍କର କୌଣସି ସାଙ୍ଗ ମଧ୍ୟ ନଥିଲେ ଏବଂ ସେ ଘରକୁ ଆସି ଖୁବ ଜୋରରେ କାନ୍ଦୁଥିଲେ । ତେବେ ସେହି ସମୟ ତାଙ୍କ ଜୀବନର ସବୁଠାରୁ କଠିନ ସମୟ ଥିଲା ବୋଲି ହ୍ରିତିକ କହିଛନ୍ତି । ତେବେ ସେ ତାଙ୍କ ଜୀବନର ଏହି କଥା ପ୍ରକାଶ କରିବା ପରେ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ଏତିସହିତ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.