fbpx

କୋର୍ଟରେ ହାଜର ହେଲେ ଜଗବନ୍ଧୁ; ସ୍ୱାମୀ ସ୍ତ୍ରୀଙ୍କୁ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ସାରା ରାଜୟରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗ ମାମଲାରେ ଆସିଲା ବଡ ଅବଡେଟ୍ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଉଭୟ ସ୍ୱାମୀ-ସ୍ତ୍ରୀ । ତେବେ ଉଭୟଙ୍କୁ ହୋଇପାରେ ମୁହାଁ ମୁହିଁ ଜେରା । ତେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ କୋର୍ଟରେ ହାଜର ହୋଇଥିବା ବେଳେ ଲେଡିବ୍ଲାକମେଲର ଅର୍ଚ୍ଚନା ନାଗ ବର୍ତ୍ତମାନ କୋର୍ଟରେ ହାଜର ହୋଇଛନ୍ତି । ତେବେ ଜଗବନ୍ଧୁକୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଛି । ରିମାଣ୍ଡ ମିଳିବା ପରେ ଜଗବନ୍ଧୁଙ୍କୁ ପଚରାଉଚରା କରିବାକୁ ଇଡି ଅଫିସକୁ ନେବେ ଅଧିକାରୀ । ଅନ୍ୟପକ୍ଷେ ଗତକାଲି ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି ସରିଥିବା ବେଳେ ଆଜି ଇଡି ତାଙ୍କୁ କୋର୍ଟରେ ହାଜର କରିଛି । ତେବେ ଏହି ସାତଦିନ ମଧ୍ୟରେ ଇଡିକୁ ପ୍ରର୍ଯ୍ୟାପ୍ତ ପରିମାଣର ତଥ୍ୟ ପ୍ରମାଣ ମିଳି ନଥିବାରୁ ପୁଣି ଥରେ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି । ତେବେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ କୋର୍ଟରେ ହାଜର ହୋଇଥିବା ବେଳେ କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କୋର୍ଟକୁ ନିଆଯାଇଛି । ତେବେ କୋର୍ଟରେ ଅର୍ଚ୍ଚନାଙ୍କୁ ପୁଣି ରିମାଣ୍ଡରେ ନେବା ପାଇଁ ଅବାଦନ କରିପାରେ ଇଡି । ତେବେ ଅର୍ଚ୍ଚନା ଇଡିଙ୍କୁ ସହଗେଯାଗ କରୁ ନଥିବାରୁ ପୁଣିଥରେ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜିଠାରୁ ୧୫ ଦିନ ପାଇଁ ଇଡି ରିମାଣ୍ଡରେ ନେଇପାରେ । ସେପଟେ ଖଣ୍ଡଗିରି ଥାନାରେ ଦାୟର ମାମଲା ଅନୁଯାୟୀ ଗିରଫଦାରୀ ଆଶଙ୍କା କରି ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଗବନ୍ଧୁ ଚାନ୍ଦ । ପୂର୍ବରୁ ଏହି କେସରେ ଜିଲ୍ଲା ଦୌରାଜଜ୍ ଜଗବନ୍ଧୁଙ୍କ ଜାମିନ ଖାରଜ କରିଥିଲେ । ତେବେ ଉଭୟ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିପାରେ ଇଡି ।

ତେବେ ଏହାପୂର୍ବରୁ ଇଡି ଯେତେବେଳେ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା, ସେତେବେଳେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ ଅଧଘଣ୍ଟା ସମୟ ଦେଲେ ସେ ପୂରା ଘଟଣା ଉପରେ ପରଦା ହଟାଇଦେବେ ବୋଲି କହିଥିଲେ । ଏପରିକି ତାଙ୍କୁ ଫଶାଯାଉଛି ବୋଲି କହିଥିଲେ । ମୁହଁ ଖୋଲିଲେ ଓଡ଼ିଶାରେ ପରିବର୍ତ୍ତନ ହୋଇଯିବ ବୋଲି ଅର୍ଚ୍ଚନା କହିଥିଲେ । ତେଣୁ ରିମାଣ୍ଡ ଅବଧିରେ ଅର୍ଚ୍ଚନା ଇଡିକୁ ବଡ ତଥ୍ୟ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ତଦନ୍ତରେ ଇଡିକୁ ଅର୍ଚ୍ଚନା ସହଯୋଗ କରୁନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.