fbpx

Video: ନେହା କକ୍କରଙ୍କ ସ୍ୱରରେ ପିଜ୍ଜା ଅର୍ଡର କଲେ ଯୁବତୀ; ରେଷ୍ଟୁରାଣ୍ଟ କର୍ମଚାରୀ ଗୀତ ଶୁଣି ହେଲେ ଆଶ୍ଚର୍ୟ୍ୟ

ନୂଆଦିଲ୍ଲୀ: ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ସହଜ ହୋଇଯାଇଛି କାରଣ ଏଥିରେ ସମସ୍ତ ପ୍ରକାରର ଖାଦ୍ୟ, ଖାଦ୍ୟରେ ପଡ଼ୁଥିବା ସାମଗ୍ରୀ ଏବଂ ଏହାର ମୂଲ୍ୟ ସ୍ପଷ୍ଟ ଭାବରେ ଲେଖା ଯାଇଥାଏ ଏବଂ ଏହାକୁ ଗ୍ରାହକମାନେ ଆରାମରେ ଅର୍ଡର କରିପାରନ୍ତି । କିନ୍ତୁ ବେଳେବେଳେ କିଛି ଗ୍ରାହକ କଲ୍ କରି ଅର୍ଡର କରିବାରେ ଲାଜ କରନ୍ତି ଏବଂ ଅର୍ଡର କରିବାରେ ଅନେକ ସମସ୍ୟା ହୋଇଥାଏ । କିନ୍ତୁ ଜଣେ ଯୁବତୀ ବିନା ଲଜ୍ଜା କିମ୍ବା ବିନା ଭୟରେ ଫୋନ ଦ୍ୱାରା ପିଜ୍ଜା ଅର୍ଡର କରିଥିଲେ । ଆଶ୍ଚର୍ୟ୍ୟଜନକ କଥା ହେଉଛି ଯେ, ସେ ନେହା କକ୍କରଙ୍କ ସ୍ୱରରେ ପିଜ୍ଜା ଅର୍ଡର କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।

ନୋଏଡ଼ାରେ ରହୁଥିବା ଜଣେ ଗାୟିକା ପ୍ରାଞ୍ଜଲୀଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଏକ ପିଜ୍ଜା ରେଷ୍ଟୁରାଣ୍ଟକୁ କଲ୍ କରି କର୍ମଚାରୀଙ୍କୁ ଅର୍ଡର ଦେଉଥିବାର ନଜର ଆସିଛନ୍ତି । କିନ୍ତୁ ଏହା ଆଶ୍ଚର୍ୟ୍ୟଜନକ ଯେ ସେ ଏହି ଅର୍ଡରକୁ ନିଜ ନାମରେ ଅର୍ଡର ନକରି, ନିଜକୁ ବଲିଉଡର ପ୍ରଶିଦ୍ଧ ଗାୟିକା ନେହା କକ୍କର ଭାବେ ଦର୍ଶାଇ ପିଜ୍ଜା ଅର୍ଡର କରୁଛନ୍ତି । ଭିଡିଓ ସେୟାର କରିଥିବାବେଳେ ସେ ଲେଖିଛନ୍ତି- “ନେହା କକ୍କର କିପରି ପିଜ୍ଜା ଅର୍ଡର କରନ୍ତି?’

ଭାଇରାଲ ହେଉଥିବା ଭିଡିଓରେ, ଯୁବତୀ ଜଣଙ୍କ ଡୋମିନୋଜକୁ କଲ କରିଥିଲେ ଏବଂ ହ୍ରିତିକ ନାମକ ଜଣେ କର୍ମଚାରୀ ଏହି କଲ୍ ଉଠାଇ ଅର୍ଡର ବିଷୟରେ ପଚାରିଥିଲେ । ଅର୍ଡର ଦେବା ପରିବର୍ତ୍ତେ ପ୍ରାଞ୍ଜଲୀ ନେହା କକ୍କରଙ୍କ ସ୍ୱରରେ ଗୀତ ଗାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ତାଙ୍କ ସ୍ୱର ମଧ୍ୟ ନେହା କକ୍କରଙ୍କ ସ୍ୱର ସହିତ କିଛି ମାତ୍ରାରେ ମିଶୁଥିଲା । ସେ ଗାଇଛନ୍ତି, ‘ତୁମକୋ ଅର୍ଡର ପସନ୍ଦ ହେ , ମୁଝକୋ ଅର୍ଡର ମେ ପିଜ୍ଜା’! ଏହା ଶୁଣି କର୍ମଚାରୀ ଜଣଙ୍କ ଆଶ୍ଚର୍ୟ୍ୟ ହୋଇଥିଲେ, କିନ୍ତୁ ପରେ ଅଧିକ ଆଶ୍ଚର୍ୟ୍ୟ ନହୋଇ ପ୍ରାଞ୍ଜଲୀଙ୍କୁ ଅର୍ଡର ବିଷୟରେ ପଚାରିବା ଆରମ୍ଭ କରିଥିଲେ । ଏହା ପରେ ସେ ଗୀତ ଗାଇ ଚିଜ୍ ପିଜ୍ଜା ଅର୍ଡର କରିଥିବା ଦେଖିବାକୁ ମିଳିଛି । ସେ ତାଙ୍କ ନାମ ନେହା କକ୍କର ବୋଲି କହିଛନ୍ତି ।

ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ କମେଣ୍ଟ ଦେଇ ନିଜର ମତାମତ ରଖିଛନ୍ତି । ଲୋକମାନେ ଯୁବତୀଙ୍କର ଏହି କାର୍ୟ୍ୟରେ ଖୁସି ନାହାଁନ୍ତି । ଜଣେ ୟୁଜର କହିଛନ୍ତି ଯେ ସେ ପିଜା ଅର୍ଡର କରିଛନ୍ତି କାରଣ ତାଙ୍କ ପାଇଁ ଏହା ଥଟ୍ଟା ହୋଇପାରେ କିନ୍ତୁ କର୍ମଚାରୀଙ୍କ ପାଇଁ ଏହା ତାଙ୍କ ଚାକିରୀ । ଅନ୍ୟଜଣେ ୟୁଜର କହିଛନ୍ତି ଯେ ସେ ନେହା କକ୍କରଙ୍କ ଭଳି ସ୍ୱରରେ ଗାଇ ନାହାନ୍ତି ।

 

Get real time updates directly on you device, subscribe now.