fbpx

ବ୍ୟାନ ହେଲା ସିଗାରେଟ୍; ଆଇନ ଉଲଙ୍ଘନ କଲେ ଦେବାକୁ ପଡିବ ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଆଜିକାଲି ଦେଶ ରାଜ୍ୟ ତଥା ବିଶ୍ୱରେ ନିଶା କାରବାର ଏବଂ ନିଶା ସେବନ କରୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଅନେକ ଅପରାଧିକ ଘଟଣା ଘଟିବା ସହ ଏହି ନିଶା ପାଇଁ ବହୁଲୋକଙ୍କ ପରିବାର ମଧ୍ୟ ଉଜୁଡି ଯାଉଛି । ତେବେ ଏହି ନିଶା ଜାତୀୟ ଦ୍ରବ୍ୟ ସେବନକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ସଂଗଠନ ପ୍ରୟାସ କରୁଥିବା ବେଳେ ଅନେକ ପ୍ରକାର ସଚେତନ କାର୍ଯ୍ୟକ୍ରମ ମଧ୍ୟ ହେଉଛି । କିନ୍ତୁ ଏସବୁ ପରେ ମଧ୍ୟ ଦେଶ ତଥା ବିଶ୍ୱରେ ଏହାର ବ୍ୟବହାରୀମାନଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ । ତେବେ ଏହାକୁ ଦୃଷ୍ଟିରେ ରଖି ନ୍ୟୁଜଲାଣ୍ଡ ଏକ ଆଇନ୍  ଆରମ୍ଭ କରିଛନ୍ତି । ଯାହାକି ସମଗ୍ର ବିଶ୍ୱରେ ପ୍ରଥମ ଏବଂ ଐତିହାସିକ ଆଇନ୍ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ନ୍ୟୁଜିଲାଣ୍ଡରେ ସିଗାରେଟ୍ ବ୍ୟାନ ହୋଇଛି । ଫଳରେ ଯୁବପୀଢି ସିଗାରେଟ ବ୍ୟବହାର କଲେ ସେମାନଙ୍କୁ କୋଟିଏରୁ ଅଧିକ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ସ୍ଥାନୀୟ ସଂସଦରେ ନିୟମ ଆସିଛି । ତେବେ ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ଏବଂ ଏକ ଐତିହାସିକ ଆଇନ ବୋଲି କୁହାଯାଉଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ ବିକ୍ରୀ ଉପରେ ପ୍ରତିବନ୍ଧକ ଲାଗିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ସଂସଦର ସ୍ଥାୟୀ କମିଟି ସୁପାରିଶ କରିଛି । ତେବେ କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ଖୋଲାରେ ସିଗାରେଟ ବିକ୍ରୀ ଉପରେ ନିଷେଧାଜ୍ଞା ଲାଗିବ ।

ତେବେ ଧୁମ୍ରପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିବା କଥା ଜାଣିବା ପରେ ମଧ୍ୟ ଆଜିକାଲିର ଯୁବପିଢି ଏହାକୁ ଅଧିକ ମାତ୍ରାରେ ସେବନ କତରୁଛନ୍ତି । ଫଳରେ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବା ସହ ସେମାନେ ଖୁବ୍ କମ ବୟସରୁ କ୍ୟାନ୍ସର ପରି ମାରାତ୍ମକ ରୋଗର ଶିକାର ହେଉଛିନ୍ତି । ତେବେ ଏହି ସବୁକଥା ଦୃଷ୍ଟିରେ ରଖି ନ୍ୟୁଜଲାଣ୍ଡ ଏକ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି । ଯେଉଁ ନିୟମ ଅନୁସାରେ ସେଠାରେ କେହି ସିଗାରେଟ ଟାଣି ପାରିବେ ନାହିଁ । ଯଦି ଏହି ଆଇନକୁ କିଏ ଉଲଘଂନ କରେ ତେବେ ତାଙ୍କୁ ୧୦୦୦ କି ଲକ୍ଷେ ନୁହାଁ ବରଂ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡିବ । ତେବେ ଯୁବପିଢିଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ନ୍ୟୁଜିଲାଣ୍ଡ ସରକାର ଏହି ନୂଆ ନିୟମ ଆଣିଛନ୍ତି ।ଯାହାକି ଡିସେମ୍ବର ୧୩ ତାରିଖରେ ସଂସଦରେ ପାରିତ ହୋଇଥିବା ବେଳେ ନୂଆ ବର୍ଷଠାରୁ ଏହା କାର୍ଯ୍ୟକାରୀ ହେବ । ତେବେ ଏହି ନିୟମକୁ ଉଲ୍ଲଂଘନ କଲେ ୧ କୋଟି ୧୭ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଜଣାପଡିଛି । ତେବେ ଏହି ନିୟମ କାର୍ଯ୍ୟକାରୀ ହେବା ପରଠାରୁ୨୦୨୫ ସୁଦ୍ଧା ନ୍ୟୁଜିଲାଣ୍ଡରୁ ଧୂମପାନକାରୀଙ୍କ ସଂଖ୍ୟା ପାଖାପାଖି ୫%ରୁ କମହୋଇଯିବ !

 

Get real time updates directly on you device, subscribe now.