fbpx

ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳୀ ଖୋଲିଲେ ‘ନାଗଫାଶ’ ଗୁମର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅଚ୍ଚର୍ନା ନାଗ ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ଇଡି ଆଜି ଅର୍ଚ୍ଚନା ଓ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ଜେରାରେ ୪ ଇଡି ଅଧିକାରୀ ଓ ୨ ଜଣ ସାକ୍ଷୀ ସାମିଲ ଥିବା ଜଣାପଡିଛି । ଜେରା ବେଳେ ଅର୍ଚ୍ଚନାଙ୍କ ପୋଲି ଖୋଲିଦେଇଛନ୍ତି ଶ୍ରଦ୍ଧାଞ୍ଜଳୀ ।

ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ଶ୍ରଦ୍ଧାଞ୍ଜଳୀ ମୁହଁ ଖୋଲିଛନ୍ତି । ଶ୍ରଦ୍ଧାଞ୍ଜଳୀଙ୍କ କହିବା ମୁତାବକ, ‘ହନିଟ୍ରାପ୍ ଅର୍ଥରୁ ଅର୍ଚ୍ଚନା ନେଉଥିଲେ ସିଂହଭାଗ । ଇଡିକୁ ଏକାଧିକ ବ୍ୟକ୍ତିଙ୍କ ନାଁ କହିଛନ୍ତି ଶ୍ରଦ୍ଧାଞ୍ଜଳୀ । ଶ୍ରଦ୍ଧାଞ୍ଜଳୀଙ୍କ ଖୁଲାସା ପରେ ଅନେକ ବଡ଼ବଡ଼ିଆ ଲୋକଙ୍କ ମୁଖା ଖୋଲିଯିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ED ହାତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ୨ଟି ଡାଏରୀ ସଂଗ୍ରହ କରିଛି ଇଡି । ଏହି ଡାଏରୀରୁ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବା ନେଇ ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏପଟେ ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍‌କୁ ଯାଇ ରିପୋର୍ଟ ମାଗିଛି ଇଡି । ଏପର୍ଯ୍ୟନ୍ତ ଡିଜିଟାଲ ଏଭିଡେନସ୍ ରିପୋର୍ଟ ଦେଇନି ରାଜ୍ୟ ଫୋରେନସିକ ଲ୍ୟାବ ।

Get real time updates directly on you device, subscribe now.