fbpx

ପରକୀୟା ପ୍ରୀତିରେ ସ୍ୱାମୀ, ଛାଡପତ୍ର ପାଇଁ ଗର୍ଭବତୀ ପତ୍ନୀକୁ ଦେଲା HIVସଂକ୍ରମିତ ବ୍ଲଡ଼ ଆଉ ତାପରେ …

 ବିଜୟୱାଡା:ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ବ୍ୟକ୍ତି ଙ୍କ ଉନ୍ମୁକ୍ତ କାଣ୍ଡ । ଅନ୍ୟ ଜଣେ ମହିଳାଙ୍କ ସହ ବେଆଇନ ସମ୍ପର୍କ ରଖିଥିବା ଜଣେ ବ୍ୟକ୍ତି ନେଇଛନ୍ତି କିଛି ଏପରି ପଦକ୍ଷେପ , ଯାହା ପାରସ୍ପରିକ ସମ୍ପର୍କର ଆଧାର ଥିବା ବିଶ୍ୱାସକୁ ନଷ୍ଟ କରିଦେଇଛି । ପରକୀୟା ପ୍ରୀତିରେ ଅନ୍ଧ ଆନ୍ଧ୍ରପ୍ରଦେଶର ଏହି ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ଏଥିପାଇଁ ମହିଳାଙ୍କୁ ଏଚ୍‌ଆଇଭି ଜୀବାଣୁ ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଇଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଜଣେ ନକଲି ଡାକ୍ତରଙ୍କ ସହାୟତାରେ ସେ ତାଙ୍କ ପତ୍ନୀଙ୍କୁ ଏଚ୍.ଆଇ.ଭି ସଂକ୍ରମିତ ରକ୍ତରେ ଇଞ୍ଜେକ୍ସନ ଦେଇଛନ୍ତି। ପତ୍ନୀ ଅଭିଯୋଗ କରିଥିଲେ, ଏହାପରେ ତାଡେପଲ୍ଲୀ ପୋଲିସ ଶୁକ୍ରବାର ଅଭିଯୁକ୍ତ ଏମ ଚରଣଙ୍କୁ ଗିରଫ କରିଛି। ଗିରଫ ଚରଣ ଜଣେ ନକଲି ଡାକ୍ତରଙ୍କ ସାହାଯ୍ୟ ନେଇ ତାଙ୍କ ପତ୍ନୀଙ୍କୁ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଇଥିଲେ।

ପୀଡିତା ମହିଳା ପୋଲିସକୁ କହିଛନ୍ତି ଯେ ଚରଣ ତାଙ୍କୁ ଛାଡପତ୍ର ଦେବା ପାଇଁ କୌଣସି ଉପଯୁକ୍ତ ବାହାନା ଖୋଜୁଥିଲେ।ଚରଣ ତାଙ୍କୁ ଏଚ୍‌ଆଇଭି ସଂକ୍ରମିତରକ୍ତ ଇଞ୍ଜେକ୍ସନ ଦେବାର ଯୋଜନା ନେଇ ଏକ ନକଲି ଡାକ୍ତରଙ୍କ ନିକଟକୁ ନେଇଥିଲେ। ମହିଳା ଜଣକ କହିଛନ୍ତି ଯେ ତାଙ୍କୁ କୁହାଯାଇଥିଲା ଯେ ଗର୍ଭାବସ୍ଥାରେ ଭଲ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ତାଙ୍କ ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ପରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ସେ ଜାଣିବାକୁ ପାଇଲେ ଯେ ସେ ଏଚ୍.ଆଇ.ଭି ପଜିଟିଭ୍। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ଏକ ପୁଅକୁ ଜନ୍ମ ଦେବାକୁ ମଧ୍ୟ ଜିଦ୍ ଧରିଥିଲେ। ଏହି ଦମ୍ପତିଙ୍କର ପୂର୍ବରୁ ଗୋଟିଏ ଝିଅ ଅଛି।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ପୀଡିତା ଅଭିଯୋଗ କରିଛନ୍ତି ଯେ ବିଶାଖାପାଟନମ୍‌ର ଜଣେ ୨୧ ବର୍ଷ ବୟସ୍କା ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ରହିଛି। ଏଥିରେ ଅସନ୍ତୋଷ ପ୍ରକାଶ କରିଥିବା ମହିଳା ଦାବି କରିଛନ୍ତି ଯେ ଚରଣ ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ଛାଡପତ୍ର ଦେବାକୁ ବାଧ୍ୟ କରିଥିଲେ। ଆଇନର ସମ୍ପୃକ୍ତ ବିଭାଗ ଅନୁଯାୟୀ ପୋଲିସ ଚରଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Get real time updates directly on you device, subscribe now.