fbpx

ଭିଜିଲାନ୍ସ ପଞ୍ଝାରେ ଡେପୁଟି ମ୍ୟାନେଜର; ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ: ବର୍ତ୍ତମାନ ରାଜ୍ୟରେ ଦୁର୍ନିତୀ ଖୋର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ ଟିମ୍ । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । କିଏ ଲାଞ୍ଚ ନେଇ ଏହି ଫାଶରେ ପଡୁଛି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ପାଇଁ ଏହି ଭିଜିଲାନ୍ସ ପଞ୍ଝାରେ ପଡିଯାଉଛି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସେହିପରୀ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଇଡ଼ିକଲ ଡେପୁଟି ମ୍ୟାନେଜର ଏହି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରା ଘରେ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଥିବା ଜଣାପଡିଛି । ତେବେ ବାସଭବନ ଏବଂ ଅଫିସ ସମେତ ମୋଟ ୭ ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି । ଭୁବନେଶ୍ୱର , କୋରାପୁଟ, ରାୟଗଡାରେ ଭିଜିଲାନ୍ସ ତରଫରୁ ଚଢାଉ କରାଯାଇଛି ।

ତେବେ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ୩ ମହଲା ବିଲ୍ଡିଂ, ଜୟଦେବ ବିହାରରେ ଥିବା ନିର୍ମଣାଧିନ ୪ ମହଲା କୋଠାରେ ଭିଜିଲାନ୍ସ ରେଡ କରିଛି । ସେହିପରି କୋରାପୁଟ ସୁଙ୍କିରେ ଥିବା ଭଡା ଘରେ ମଧ୍ୟ ଭିଜିଲାନ୍ସ ତରଫରୁ ଚଢାଉ ଜାରୀ ରହିଛି । ଏତତ୍ ବ୍ୟତୀତ କୋରାପୁଟ ସିମାଗୋଡା ଆମ୍ପାଭାଲିରେ ଥିବା ଅଫିସ, ନୟାଗଡ ଓଡଗାଁର କୋମଣ୍ଡା ସ୍ଥିତ ପୈତୃକ ବାସଭନରେ ମଧ୍ୟ ଚଢାଉ ଜାରୀ ରହିଛି । ତେବେ ଏହି ଚଢାଉରେ ୭ଟି ଡିଏସପି, ୪ଜଣ ଇନ୍ସପେକ୍ଟର ଜଣେ ସବଇନ୍ସପେକ୍ଟର ଏବଂ ୭ ଜମ ଏସଆଇ ସାମିଲ ଅଛନ୍ତି ।

ଯାହାଫଳରେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଅଡଆ ବଢିବାର ଲାଗିଛି । ତେବେ ଭିଜିଲାନ୍ସ ଟିମର ଏହି ରେଡରେ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଚଢାଉ ଜାରୀ ରହିଛି ।

Get real time updates directly on you device, subscribe now.