fbpx

କିଭଳି ବିଷରେ ପରିଣତ ହୁଏ ଦେଶୀ ମଦ, ଜାଣନ୍ତୁ କେଉଁ ଉପଦାନ ପାଇଁ ନିଶା ବଦଳରେ ଜୀବନ ନିଏ ଏହି ମଦ

ନୂଆଦିଲ୍ଲୀ: ବହୁ ସମୟରେ ଏହି ଭଳି ଖବର ସାମ୍ନାକୁ ଆସିଥାଏ ଯେ ବିଷାକ୍ତ ମଦ୍ୟପାନ କରି ଏତିକି ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମଦ ପୂର୍ବରୁ ବିଷାକ୍ତ ଥାଏ କିମ୍ବା ଏହା କିପରି ବିଷାକ୍ତ ହୁଏ ତାହା ବହୁ ଲୋକଙ୍କ ମନରେ ଥିବ । ତେବେ ଯାହା ନିଶା କରେଇବା କଥା ତାହା ମୃତ୍ୟୁର କାରଣ କିପରି ହୋଇପାରେ ଏହା ଜାଣିବା ଆବଶ୍ୟକ । ଏହି ବିଷାକ୍ତ ମଦକୁ ନେଇ ଏବେ ରାଜନୀତି ମଧ୍ୟ ଚାଲିଛି । କିଛି ଦିନ ତଳେ ବିହାରରେ ଏହି ବିଷାକ୍ତ ମଦ ପିଇକରି ୨୬ ଜଣ ମୃତ୍ୟୁ ବରଣ କରିଛନ୍ତି ।

ରିର୍ପୋଟରୁ ଯାହା ତଥ୍ୟ ମିଳୁଛି ୮୦ ପ୍ରତିଶତ ଲୋକଙ୍କମୃତ୍ୟୁ ଏହି ବିଷାକ୍ତ ମଦ ପାଇଁ ହେଉଛି ତେବେ ଏହି ମଦ କିପରି ବିଷ ରେ ପରିଣତ ହେଉଛି ଆସନ୍ତୁ ଜାଣିବା…
ମୁଖ୍ୟତଃ ମଦ ଦୁଇ ପ୍ରକାରରେ ନିର୍ମିତ ହୋଇଥାଏ । ବଡ ବଡ କମ୍ପାନୀରେ ଯେଉଁ ମଦ ତିଆରି ହୋଇଥାଏ । ତାହା ସରକାରଙ୍କ ଠାରୁ ଲାଇସେନ୍ସ ନେଇ ସେମାନଙ୍କ କାରୋବାର କରିଥାଆନ୍ତି । ଏଠାରେ ବିଶେଷ ଫର୍ମୁଲାରେ ମଦ ତିଆରି ହୋଇଥାଏ । ଏଠାରେ ବ୍ୟବହାର ହେଉଥିବା ସମସ୍ତ ଜିନିଷର ମାତ୍ରା ସଠିକ ଭାବରେ ଦିଆଯାଏ । ଏହାପରେ ଯେଉଁ ମଦ ପ୍ରସ୍ତୁତ ହୁଏ ତାହାର ସାମ୍ପୁଲ ଟେଷ୍ଟିଙ୍ଗ ପାଇଁ ଦିଆଯାଏ । ତେବେ ଟେଷ୍ଟିଙ୍ଗରେ ଏହା ସଫଳ ହେବା ପରେ ହିଁ ଏହାକୁ ପ୍ୟାକିଙ୍ଗ ଆଉ ଲେବଲିଙ୍ଗ କରାଯାଏ ଆଉ ବଜାରକୁ ପଠାଯାଏ । ସେଥିପାଇଁ ବଡ ବଡ କମ୍ପାନୀରେ ତିଆରି ହେଉଥିବା ମଦକୁ ନେଇ କୌଣସି ହଙ୍ଗାମା ହୋଇନଥାଏ ।

ତେବେ ଦ୍ୱିତୀୟ ପ୍ରକାର ଯେଉଁ ମଦ ପ୍ରସ୍ତୁତି ହୁଏ ତାହା ମୁଖ୍ୟତଃ ଏଭଳି ସ୍ଥାନରେ ହୋଇଥାଏ ଯେଉଁଠାରେ ମଦ ବ୍ୟାନ ହୋଇଥାଏ । ଯେପରି ବିହାର । ଏଠାରେ ସରକାର ମଦ ବିକ୍ରି ଉପରେ ବ୍ରେକ ଲଗାଇଛନ୍ତି କିନ୍ତୁ ଏପରି ନୁହେଁ ଯେ ଏଠାରେ ମଦ ମିଳୁନାହିଁ କି ଲୋକ ମଦ ପିଇବା ସମ୍ପୂର୍ଣ୍ଣ ଛାଡିଛନ୍ତି । ଯେଉଁ ବଡ ବଡୁଆ ଲୋକ ଅଛନ୍ତି ସେମାନେ ତାଙ୍କ ସାମର୍ଥ ହିସାବରେ ଦାମୀ ମଦ ପିଉଛନ୍ତି । ଠିକ ସେହିଭଳି ଯେଉଁମାନେ ଗରିବ ଅଛନ୍ତି ସେମାନେ ଅଧିକ ଟଙ୍କା ଦେଇ ମଦ ପିଇ ପାରୁ ନାହନ୍ତି । ତେଣୁ ସେମାନେ କିଛି ଏଭଳି ପଥ ଆପଣାଉଛନ୍ତି ଯାହା ତାଙ୍କୁ କମ ଟଙ୍କାରେ ନିଶା ଯୋଗାଇ ପାରିବ । ସେଥିପାଇଁ ସେମାନେ ଦେଶୀ ରନ୍ଧା ମଦ ପିଉଛନ୍ତି । ଯାହା ବିନା କୌଣସି ଫର୍ମୁଲାରେ ତିଆରି ହେଉଛି । ଯାହାକୁ ପିଇବା ଦ୍ୱାରା ବିହାରରେ ୮୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି ।

କିପରି ବିଷାକ୍ତ ହୁଏ ମଦ:ମଦ ର ଫୁର୍ମଟେସନ ଆଉ ଡିଷ୍ଟିଲେସନ ସମୟରେ ଏହା ସଠିକ ମାତ୍ରାରେ ତାପ ଆବାଶ୍ୟକ କରେ । ନ ହେଲେ ଡିଷ୍ଟିଲେସ ପ୍ରକିୟାରେ ତାପମାତ୍ରା ବଢ଼ିବା ଦ୍ୱାରା ମିଥାଇଲ ଆଲକୋହଲ ତିଆରି ହେବା ଆରମ୍ଭ ହୋଇଥାଏ । ଯାହା ଏକ ବିଷାକ୍ତ କେମିକାଲ ଅଟେ । ଆଉ କିଛି କିଛ ସ୍ଥାନରେ ଶୀଘ୍ର ମଦ ତିଆରି କରିବା ପାଇଁ ଏବଂ ଏଥିରେ ସ୍ୱାଦ ଆଣିବା ପାଇଁ ଏଥିରେ ବିଭିନ୍ନ ଜଡିବୁଟି ମିଶାଯାଏ । ଯାହା ଅଲଗା ଜିନିଷ ସଂସ୍ପର୍ଷ ଆସି କେମିକାଲ ଉତ୍ପନ୍ନ କରିଥାଏ । ଆଉ ଯେତେତୁ ଏହାକୁ ବେଆଇନ ଭାବରେ ନିର୍ମାଣ କରାଯାଇଥାଏ ତେଣୁ ଏହାର ଯାଞ୍ଚ ହୋଇ ନଥାଏ । ଆଉ ସେହି ଭଳି ଲୋକ ଏହାକୁ କମ ଟଙ୍କାରେ କିଣି ପିଅନ୍ତି । ଯାହା ମଣିଷକୁ ନିଶା ଯୋଗାଇବା ବଦଳରେ ତାଙ୍କର ଜୀବନ ନେଇ ଯାଇଥାଏ ।

କିପରି ତିଆରି କରାଯାଏ ଦେଶୀ ମଦ:ମୁଖ୍ୟତଃ ଦେଶୀ ମଦ ତିଆରି କରିବା ପାଇଁ ବିଭିନ୍ନ ସାମାଗ୍ରୀ ବ୍ୟବହାର କରାଯାଏ । ଏଥିରେ ଶସ୍ୟ, ଫଳ,ଆଖୁ,ମହୁଲ,ଗୁଡ,ଖଜୁରୀ,ଚାଉଳ ଏଭଳି ଅନେକ ସାମଗ୍ରୀ ବ୍ୟବହାର କରାଯାଏ । ଯାହାକୁ ଇଷ୍ଟ ଦିଆଯାଇ ଫର୍ମୁଟେସନ କରାଯାଏ । ଆଉ ଏହାକୁ ସଢ଼ିବା ପାଇଁ ଛାଡି ଦିଆଯାଏ । ପରେ ଏହାକୁ ଭାଟିରେ ବସେଇ ରନ୍ଧା ଯାଏ । ଆଉ ଏହାର ବାଷ୍ପରୁ ମଦ ମିଳେ । ବେଳେ ବେଳେ ତାପମାତ୍ରା , ସାମଗ୍ରୀର ମାତ୍ରାରେ ଏପଟ ସେପଟ ଯୋଗୁ ଏହା ବିଷାକ୍ତ ମଦରେ ପରିଣତ ହୁଏ । ଆଉ ଏହା ଜୀବନ ମଧ୍ୟ ନିଏ ।

Get real time updates directly on you device, subscribe now.