fbpx

ଓସ୍କାରରେ ହେବ ଭାରତ-ପାକିସ୍ତାନ ମୁକାବିଲା: ଜୟଲ୍ୟାଣ୍ଡ- ଲାଷ୍ଟ ଫିଲ୍ମ ଶୋ ମଧ୍ୟରେ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଓସ୍କାରରେ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ଗୋଟିଏ କ୍ୟାଟେଗୋରୀରେ ଦୁଇ ଦେଶର ଫିଲ୍ମ ଶର୍ଟଲିଷ୍ଟ ହୋଇଛନ୍ତି । ଭାରତୀୟ ଫିଲ୍ମ ‘ଲାଷ୍ଟ ଫିଲ୍ମ ଶୋ’ ଓ ପାକିସ୍ତାନୀ ଫିଲ୍ମ ‘ଜୟଲ୍ୟାଣ୍ଡ’ ମଧ୍ୟରେ କଡ଼ା ମୁକାବିଲା ହେବ । ୨୦ ବର୍ଷ ପରେ କୌଣସି ଭାରତୀୟ ଫିଲ୍ମ ଓସ୍କାରରେ ଶର୍ଟଲିଷ୍ଟ ହୋଇଛି । ପୂର୍ବରୁ ଅମିର ଖାନଙ୍କ ‘ଲଗାନ’ ଓସ୍କାର ପାଇଁ ନୋମିନେଟ୍ ହୋଇଥିଲା । ‘ଲାଷ୍ଟ ଫିଲ୍ମ ଶୋ’ ବ୍ୟତୀତ ଭାରତୀୟ ଫିଲ୍ମ ଫିଲ୍ମ ‘ଆରଆରଆର’ ମଧ୍ୟ ଓସ୍କାର ଦୌଡ଼ରେ ସାମିଲ ହୋଇଛି ।

ଜୟଲ୍ୟାଣ୍ଡକୁ ନେଇ ପାକିସ୍ତାନରେ ଅନେକ ଚର୍ଚ୍ଚା ହେଉଥିଲେ ହେଁ ଶେଷରେ ଫିଲ୍ମଟି ଓସ୍କାର ପାଇଁ ଶର୍ଟଲିଷ୍ଟ ହୋଇଥିଲା । ଏହାପୂର୍ବରୁ ଫିଲ୍ମଟି କାନ୍ସ ଓ ଅନେକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ନିଜର ଝଲକ ଦେଖାଇ ସାରିଥିଲା । ଏହି ଫିଲ୍ମ ସହିତ ଗୋଟିଏ କ୍ୟାଟେଗୋରୀରେ ଭାରତର ଗୁଜରାଟୀ ଫିଲ୍ମ ‘ଲାଷ୍ଟ ଫିଲ୍ମ ଶୋ’ ସିଲେକ୍ଟ ହୋଇଛି । ତେଣୁ ଓସ୍କାରରେ ଭାରତ-ପାକ ମଧ୍ୟରେ ବଡ଼ଧରଣର ମୁକାବିଲା ଦେଖିବାକୁ ମିଳିବ ।

ଆଜି ଓସ୍କାର ଏକାଡେମୀର ୯୫ତମ ଆୱାର୍ଡସର ୧୦ଟି କ୍ୟାଟେଗୋରୀର ଘୋଷଣା କରାଯାଇଛି । ଜୟଲ୍ୟାଣ୍ଡକୁ ୧୫ଟି ଫିଲ୍ମ ମଧ୍ୟରୁ ଗୋଟିଏ ଭାବେ ଚୟନ କରାଯାଇଥିଲା । ଏହି କ୍ୟାଟେଗୋରୀରେ ୯୨ଟି ଦେଶର ଅଲଗା ଅଲଗା ଫିଲ୍ମକୁ ବଛାଯାଇଥାଏ । ଏହି କ୍ୟାଟେଗୋରୀରେ ଭାରତୀୟ ଫିଲ୍ମ ‘ଲାଷ୍ଟ ଫିଲ୍ମ ଶୋ’ ମଧ୍ୟ ନୋଟିନେଟ୍ ହୋଇଛି । ଦୁଇ ଦେଶ ମଧ୍ୟରେ ଗୋଟିଏ ପଟେ ବିବାଦ ଜାରି ରହିଥିବା ବେଳେ ଏହି ଶର୍ଟଲିଷ୍ଟ ଜନତାଙ୍କ ଉତ୍ସାହକୁ ବହୁଗୁଣିତ କରିଦେଇଛି ।

Get real time updates directly on you device, subscribe now.