fbpx

ଆସନ୍ତା ବର୍ଷରୁ ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କ ପରଫର୍‌ମାନ୍ସ ଟ୍ରାକିଂ ସେଲ ,ସାମିଲ ହେବେ ଷଷ୍ଠ ରୁ ଦଶମ ଶ୍ରେଣୀ

ଭୁବନେଶ୍ୱର : ସରକାରୀ ସ୍କୁଲରେ ପାଠପଢ଼ୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରଫର୍‌ମାନ୍ସ ଟ୍ରାକିଂ ସେଲ ଆସନ୍ତାବର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଉଚ୍ଚପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଆଗକୁ ନେବା ସହ ଦକ୍ଷତା ବୃଦ୍ଧି ପାଇଁ କ୍ରୀଡ଼ା, ନୃତ୍ୟ, ସଂଗୀତ ପାଇଁ ଏହି ପ୍ରୟାସ ଆରମ୍ଭ କରା ଯାଉଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସହ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯିବ। ଏଥି ପାଇଁ ସରକାରୀସ୍ତରରେ ପିଲାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ। ସ୍କୁଲ ଏବଂ ଗଣ ଶିକ୍ଷାବିଭାଗ ଏଥିପାଇଁ
ପକ୍ଷରୁ ସ୍ଵତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।

ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ୩୧ହଜାର ୯୯୧ଟି ସ୍କୁଲ ରହିଛି । ଏଥୁରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨ଲକ୍ଷ ୧ହଜାର ୬୨୧ଜଣ ଛାତ୍ରଛାତ୍ରୀ ଥିବାବେଳେ ନବମ ଏବଂ ଦଶମରେ ୮ଲକ୍ଷ ୨୧ହଜାର ୨୨୨ଜଣ ପିଲା ପଢୁଛନ୍ତି ।

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଭିଭିଭୂମିର ବିକାଶ ଲାଗି ଜିଲ୍ଲାୱାରୀ ଶିକ୍ଷା ଅଧିକାରୀମାନେ ତଦାରଖ କରୁଥିବା ବେଳେ ଯେଉଁ ପିଲାଙ୍କ ମଧ୍ୟରେ ସ୍ୱତନ୍ତ୍ର ପ୍ରତିଭା ଏବଂ ଦକ୍ଷତା ରହୁଥିଲା ତାହା ଜଣାପଡୁନଥିଲା। ତେଣୁ ବିଭିନ୍ନ ପର୍ସରମାନ୍ସରେ ଆଗୁଆ ଥିବା ପିଲାଙ୍କୁ ସରକାର ଏଣିକି ସ୍ଵତନ୍ତ୍ର ଯତ୍ନ ନେବେ । ଯେଉଁଥିରେ ପିଲାମାନେ ଆଗୁଆ ଥିବେ ସେଥିରେ ଯେପରି ସମ୍ପୃକ୍ତ ପିଲାମାନେ ଅଧିକ ପ୍ରଶିକ୍ଷଣ ପାଇପାରିବେ ସେ ଦିଗରେ ସହାୟତା ଯୋଗାଇ ଦିଆଯିବ ।

ପ୍ରତ୍ୟେକ ସ୍କୁଲରେ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ସମ୍ପର୍କରେ ପ୍ରଧାନଶିକ୍ଷକ ତାଲିକା ପ୍ରସ୍ତୁତ କରି ଜିଲ୍ଲାସ୍ତରରେ ଥିବା ପର୍ସରମାନ୍ସ ଟ୍ରାକି ସେଲ୍‌ରେ ଦାଖଲ କରିବେ । ସବୁ ରିପୋର୍ଟକୁ ସ୍କୁଲ ଓ ଗଣଶିକ୍ଷାବିଭାଗକୁ ପ୍ରଦାନ କରାଯିବ । ବିଭାଗୀୟ ଅଧିକାରୀଙ୍କ ସମେତ ପର୍ସରମାନ୍ସ ଟ୍ରାଙ୍କି ସେଲ୍‌ର ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଜିଲ୍ଲାରୀ ସ୍କୁଲ ପରିଦର୍ଶନ କରି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କର ଦକ୍ଷତା ଏବଂ ପ୍ରତିଭା ଯାଞ୍ଚ କରିବେ । ତେବେ ପାଇଲଟ ପ୍ରକଳ୍ପରେ ୩୫ହଜାର ସ୍କୁଲକୁ ସାମିଲ କରାଯିବ । ପ୍ରତ୍ୟେକ ସ୍କୁଲରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ୫ଜଣଙ୍କୁ ମନୋନୀତ କରାଯିବ।

Get real time updates directly on you device, subscribe now.