fbpx

ରାସ୍ତାକୁ ଓହ୍ଲାଇଲେ ଉଠା ଦୋକାନୀ, ବିଏମସିର ଦୋକାନ ଉଚ୍ଛେଦ ପ୍ରକ୍ରିୟାରେ ଜନଆନ୍ଦୋଳନ

ଭୁବନେଶ୍ୱର: କିଛିଦିନ ହେଲାଣି ଜାତୀୟ ରାଜପଥ କଡ ବା ଯେକୌଣସି ରାସ୍ତାକଡ଼ ଦୋକାନକୁ ଭଙ୍ଗା ଯାଉଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବୁ ଦୋକାନକୁ ଡୋଜର ଲଗାଇ ଭଙ୍ଗା ଯାଉଛି । ହେଲେ ଏହି ଦୋକାନୀ କିପରି ଗୁଜୁରାଣ ମେଣ୍ଟାଇବେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ । ଏପରି ଘଟି ଆସୁଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱର ରାସ୍ତାକୁ କିଛି ଉଠା ଦୋକାନୀ ପ୍ରତିବାଦ ନେଇ ଓହ୍ଲାଇଛନ୍ତି ।

ସୂଚନା ଅନୁଯାୟୀ, ଡମଣା ଓ ପଟିଆ ଅଞ୍ଚଳର ରାସ୍ତା କଡ଼ରେ ଥିବା କିଛି ଦୋକାନ ଆଜି ଭଙ୍ଗା ଯାଇଥିଲା । ଏହାକୁ ପ୍ରତିବାଦ କରି କିଛି ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇଛଇନ୍ତି । ତାଙ୍କ କହିବା ଅନୁସାରେ ବିଏମସି ବିନା ଥଇଥାନ କରି କିପରି ଦୋକାନ ଉଚ୍ଛେଦ କରୁଛି ଏବଂ ଆଗକୁ ସେମାନେ କିପରି ଗୁଜୁରାଣ ମେଣ୍ଟାଇବେ । ବିଏମସି ପ୍ରଥମେ ଥଇଥାନ କରୁ ପରେ ଦୋକାନ ଉଠାଉ ବୋଲି ଦାବି ଜଣାଇଛନ୍ତି ।

ଉଚ୍ଛେଦ ଦ୍ୱାରା ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଉଛି । ଏହି କ୍ଷତି ପୂରଣ କିଏ କରିବ ବୋଲି ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ରାଲି କରି ଉତ୍ତର ବିଏମସି କାର୍ଯ୍ୟାଳୟକୁ ପ୍ରତିବାଦୀମାନେ ଘେରାଉ କରିଥିବା ଘଟଣା ସାମ୍ନାକୁ ଆସିଛି । ଯେହେତୁ ଆଗକୁ ହକି ଖେଳ ଆସୁିଛି ତେଣୁ ସୌନ୍ଦର୍ଯ୍ୟ କରଣ ନାମରେ ବିଏମସି ଏପରି କରୁଛି ବୋଲି ଅଭିଯୋଗ ଆଣି ବିରୋଧ କରୁଛନ୍ତି ଉଠା ଦୋକାନୀ ।

Get real time updates directly on you device, subscribe now.