ହିନ୍ଧୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ରହିଛି । ଏହି ଶାସ୍ତ୍ର ମାଧ୍ୟରେ ଗ୍ରହ ନକ୍ଷତ୍ରଙ୍କ ଚାଳନା ଠାରୁ ଆରମ୍ଭ କରି ,ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ ଅନେକ କଥା ଜାଣି ହୁଏ । ତେବେ ଏହି ଶାସ୍ତ୍ରକୁ ଅଧ୍ୟୟନ କରି ଜ୍ୟୋତିଷ ବିଶାରଦମାନେ ଅନେକ କିଛି କଥା ଆକଳନ କରିଥାନ୍ତି । ଏହି ଜ୍ୟୋତିଷ ଶାସ୍ତ୍ରରେ ଜଣେବ୍ୟକ୍ତି ସୁଖି ଏବଂ ମଙ୍ଗଳମୟ ଜୀବନ କିପରି ଅତିବାହିତ କରିପାରିବ ସେ ବିଷୟରେ ଅନେକ କିଛି ଉପାୟ କୁହାଯାଇଛି । ଏଥିସହିତ ଏହି ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ମହିଳାମାନେ କାହିଁକି ଏବଂ କେଉଁ ଗୋଡରେ କଳା ଫିତା ବାନ୍ଧିବା ଦରକାର ଏବଂ ଏହାକୁ ବାନ୍ଧିବା ଦ୍ୱାରା କଣ ଲାଭ ମିଳେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସବୁ ବିଷୟରେ…
କେବେ ଏବଂ କେଉଁ ଗୋଡରେ କଳାଫିତା ବାନ୍ଧିବା ଉଚିତ୍: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା କିମ୍ବା ଝିଅ ଗୋଡରେ କଳାଫିତା ବାନ୍ଧିବାକୁ ଚାହୁଁଛନ୍ତି , ତେବେ ସେମାନେ ଶନିବାର ଦିନ ଏହାକୁ ବାନ୍ଧି ପାରିବେ । କାରଣ ଶାସ୍ତ୍ର ଅନୁସାରେ କଳା ରଙ୍ଗ ହେଉଛି ନ୍ୟାୟର ଦେବତା ଶନିଦେବଙ୍କ ପ୍ରତିକ । ତେଣୁ ଖରାପ ଦୃଷ୍ଟି କିମ୍ବା ନକରାତ୍ମକ ଶକ୍ତିରୁ ମୁକ୍ତି ପାଇବା ପାଇଁ ହେଲେ ମହିଳାମାନେ ଶନିବାର ଦିନ କୌଣସି ଶନିମନ୍ଧିରକୁ ଯାଇ ନିଜର ସମସ୍ୟା କହି ଏହାକୁ ଏକ କଳାଫିତାକୁ ଗୋଡରେ ବନ୍ଧି ଦିଅନ୍ତୁ । ଏତତ୍ ବ୍ୟତୀତ ବ୍ୟତୀତ ଏହାକୁ ଗୋଡରେ ବାନ୍ଧିବା ସମୟରେ ଏହି କଥାପ୍ରତି ଧ୍ୟାନ ରଖନ୍ତୁ ଯେ ମହିଳାମାନେ କଳାଫିତା ବାମ ଗୋଡରେ ବାନ୍ଧିବା ଉଚିତ୍ । ଫଳରେ ଏହା ଆମକୁ ନକରାତ୍ମକ ଶକ୍ତିରୁ ଉଦ୍ଧାର କରିବା ସହ ମନରେ ସକରାତ୍ମକ ଭାବନା ସୃଷ୍ଟି କରିଥାଏ ।
କାହିଁକି କଳାଫିତା ବାନ୍ଧିବା ଦରକାର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ କୌଣସି ବାଣିଜ୍ୟ ବ୍ୟବସାୟରେ କ୍ରମାଗତ ଭାବରେ ଆର୍ଥିକ କ୍ଷତି ସହୁଛନ୍ତି କିମ୍ବା ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଦେଉଛି ତେବେ ଶନିବାର ଦିନ ବାମ ଗୋଡରେ କଳାଫିତା ବାନ୍ଧି ଦିଅନ୍ତୁ । ଫଳରେ ସମସ୍ତ ସମସ୍ୟା ଦୂର ହୋଇଯିବ । ଏତତ୍ ବ୍ୟତୀତ କଠିନ ପରିଶ୍ରମ ପରେ ମଧ୍ୟ ଯଦି କୌଣସି କ୍ଷେତ୍ରରେ ସଫଳତା ମିଳୁନାହିଁ ତେବେ ଗୋଡରେ କଳାଫିତା ବାନ୍ଧିବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହେବ ଏବଂ ଜୀବନରେ ଅନେକ ସଫଳତା ମିଳିବ ।