fbpx

ଓଜନ କମାଇବା ପାଇଁ ସୀମା ପାର କଲେ ମହିଳା; ପେଟ କାଟି ହେଲେ ପତଳା

ନୂଆଦିଲ୍ଲୀ: ମୋଟାପଣ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଦୁନିଆର ଅନେକ ଲୋକ ମେଦବହୁଳତା ସହିତ ସଂଘର୍ଷ କରୁଛନ୍ତି କିନ୍ତୁ ସେମାନେ ବୁଝିପାରନ୍ତିି ନାହିଁ ସେମାନେ କିପରି ପତଳା ହେବେ । ପତଳା ହେବା ପାଇଁ ବ୍ୟାୟାମ କରିବା ଏବଂ ଏକ ଡାଏଟ୍ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଲୋକମାନେ ଏହି ଦୁଇଟି କାର୍ଯ୍ୟ କରି ପାରନ୍ତି ନାହିଁ । ତେବେ ଜଣେ ମହିଳା ପତଳା ହେବାର ଏକ ଅଦ୍ଭୁତ ଉପାୟ ପାଇଥିଲେ । ସେ ନିଜ ପେଟକୁ କାଟି ଛୋଟ କରିଥିଲେ । ଏହା ପରେ ତାଙ୍କର ଓଜନ ଦ୍ରୁତ ଗତିରେ କମିବାକୁ ଲାଗିଥିଲା ।

ସୂଚନା ଅନୁଯାୟୀ, ଇଂଲଣ୍ଡର ହର୍ଟଫୋର୍ଡଶାୟାରରେ ରହୁଥିବା ୩୧ ବର୍ଷିୟ ଲୌରେନ୍ ଲିନଫୋର୍ଡ ଜଣେ ମେକଅପ୍ କଳାକାର ଏବଂ ତାଙ୍କର ଓଜନ ଅଧିକ ଥିଲା । ତେଣୁ ନିଷ୍ପତ୍ତି ନେଇଥିଲେ ଯେ କ୍ରିସମାସ ସୁଦ୍ଧା ସେ ନିଜର ଓଜନ ହ୍ରାସ କରିବେ ଏବଂ କ୍ରିସମାସ ରାତ୍ରୀ ଭୋଜନ କରିବେ । କ୍ରିସମାସ ରାତ୍ରୀ ଭୋଜନ ଲୋକମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ଯେଉଁଥିପାଇଁ ସେମାନେ ଉତ୍ସାହର ସହିତ ବର୍ଷସାରା ଅପେକ୍ଷା କରନ୍ତି । ଲୌରେନ୍ ମଧ୍ୟ ବର୍ଷସାରା କ୍ରିସମାସକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ଓଜନ ହ୍ରାସ କରିବାର ଯୋଜନା କରିଥିଲେ ।

ଓଜନ ହ୍ରାସ କରିବାକୁ, ସେ ବ୍ୟାୟାମ କିମ୍ବା ଡାଏଟ୍ ଅନୁସରଣ କରିନଥିଲେ । ତେବେ ସେ ପେଟର ୮୦ ପ୍ରତିଶତ କାଟି ଅଲଗା କରିଦେଇଥିଲେ, ଯେଉଁ କାରଣରୁ ତାଙ୍କ ପେଟ ବହୁତ ଛୋଟ ହୋଇଯାଇଥିଲା । ସମୟ ସହିତ, ଲୌରେନ୍ ୩୫ କିଲୋଗ୍ରାମ କମାଇ ପାରିଲେ । ଏହାର କାରଣ କମ୍ ଖାଦ୍ୟ ଥିଲା । ପେଟ ଛୋଟ ହେତୁ ଲୌରେନଙ୍କ ଖାଦ୍ୟ ହ୍ରାସ ପାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଗ୍ୟାଷ୍ଟ୍ରିକ୍ ସ୍ଲିଭ୍ ସର୍ଜରୀ କରିଥିଲେ, ଯେଉଁଥିପାଇଁ ସେ ତୁର୍କୀ ଯାଇଥିଲେ । ଲୌରେନ୍ କହିଛନ୍ତି ଯେ ବର୍ତ୍ତମାନ ସେ ଯାହା ଖାଉଥିଲେ ତାହାର ମାତ୍ର ତିନି ଚତୁର୍ଥାଂଶ ଖାଇବାକୁ ସକ୍ଷମ ଅଟନ୍ତି । ପ୍ରଥମରେ ତାଙ୍କୁ କେବଳ ତରଳ ଖାଦ୍ୟ ଅନୁସରଣ କରିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ସେ ସହଜରେ ସାଲାଡ ପରି ଖାଦ୍ୟ ଖାଇ ପାରୁଛନ୍ତି ।

ସେ କହିଛନ୍ତି ଯେ, କ୍ରିସମାସ ରାତ୍ରୀ ଭୋଜନକୁ ଏତେ ପସନ୍ଦ କରନ୍ତି ଯେ ସେ ଏହାକୁ ଖାଇବା ପାଇଁ ଏତେ ଶୀଘ୍ର ଅସ୍ତ୍ରୋପଚାର କରିଥିଲେ । ସେ କହିଛନ୍ତି ଯେ ପତଳା ହେବା ପରେ ତାଙ୍କ ଆତ୍ମବିଶ୍ୱାସ ଫେରି ଆସିଛି ଏବଂ ସେ ନିଜ ଜୀବନକୁ ଖୁସିରେ ଜୀବନ ବିତାଉଛନ୍ତି ।

Get real time updates directly on you device, subscribe now.