fbpx

RUM ମିଶି ତିଆରି ହୁଏ ଖ୍ରୀଷ୍ଟମାସ ସ୍ପେସିଆଲ କେକ୍, ଜାଣନ୍ତୁ କେକେ ତିଆରିର ସଠିକ ବିଧି

ଭୁବନେଶ୍ୱର: ଆଜି ଦିନ ସରିବା ପରେ କାଲି ପାଇଁ ସମସ୍ତଙ୍କ ଅପେକ୍ଷା । କାରଣ ଆସନ୍ତା କାଲି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ ଡେ, ଏହା ଖ୍ରୀଷ୍ଟଧର୍ମର ପର୍ବ ହୋଇଥିଲେ ମଧ୍ୟ ସାରା ଦୁନିଆ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନକୁ ପାଳନ କରିଥାନ୍ତି । ତେବେ ବଡ଼ଦିନ ପାଇଁ ସଜେଇ ହେଉଛି ସାରା ଦୁନିଆ । ଏହି ପର୍ବରେ କେକ୍ ଏକ ବଡ଼ ଭୂମିକା ବହନ କରିଥାଏ । କିଛି ଲୋକେ ଏହାକୁ ଘରେ ତିଆରି କରି ଖାଇବାକୁ ଭଲ ପାଆନ୍ତି । ଯାହାର ପ୍ରସ୍ତୁତି ଗୋଟେ-ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ । କାରଣ ଏଥିରେ ପଡୁଥିବା ଡ୍ରାଏଫ୍ରୁଟ୍ସ ଗୋଟେ ରାତି ପାଇଁ ରମ ଦ୍ୱାରା ଭିଜା ହୋଇଥାଏ । ପରଦିନ କେକ୍ ବେଟର ତିଆରି କରି ସଫ୍ଟ ସ୍ପଂଜି ରମ ଫ୍ଲେବର ସହିତ କେକ୍ ପ୍ରସ୍ତୁତ କରାଯାଏ । ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଏହି ଫରଫେକ୍ଟ ରମ କେକ୍ ।
କେକ୍ ପାଇଁ ସାମଗ୍ରୀ
୧୦୦ଗ୍ରାମ କିଶମିସ, ୧୦୦ଗ୍ରାମ ପ୍ରୁନ, ୧୦୦ଗ୍ରାମ ବ୍ଲ୍ୟୁ ବେରୀ, ୧୦୦ ଗ୍ରାମ କ୍ରେନ ବେରୀ, ୧୦୦ଗ୍ରାମ କଳା କିଶମିସ, ୧୦୦ଗ୍ରାମ ଖୁଆ, ୫୦ଗ୍ରାମ ଶୁଖିଲା ଧନିଆ, ୫୦ଗ୍ରାମ ଖଜୁରୀ, ୧ବଡ଼ ଚାମଚ କମଳା ଚୋପା, ଦେଢ ଚାମଚ ଲେମ୍ବୁ ରସ, ୧ଛୋଟ ଚାମଚ ଅଦା ପାଉଡର, ଏକ ବଡ଼ ଚାମଚ ଗରମ ମସଲା, ଏକ ବଡ଼ କପ କମଳା ରସ, ୧୮୦ ମିଲି ରମ ।

ପ୍ରଥମେ ସମସ୍ତ ଡ୍ରାଏଫ୍ରୁଟ୍ସ, ମସଲା ପାଉଡର, କମଳା ଚୋପା, ଲେମ୍ବୁ ରଶକୁ ଏକ ପାତ୍ରରେ ମିଶାଇ ଦିଅନ୍ତୁ । ଏହାପରେ ସାମଗ୍ରୀ ହିସାବରେ ରମ ମିଶାଇ ଶୁଖିବା ପାଇଁ ଛାଡିଦିଅନ୍ତୁ । ସେଥିପାଇଁ ଏକ ପଲିଥିନରେ ଏହି ବେଟରକୁ ବାନ୍ଧି ରଖନ୍ତୁ । ଯଦି ଆପଣଙ୍କ ପାଖେ ସମୟ ଅଛି ତେବେ ୨ଦିନ ରଖନ୍ତୁ ନଚେତ ଗୋଟେ ରାତି ରଖିଲେ ମଧ୍ୟ ହୋଇପାରିବ । ବର୍ତ୍ତମାନ ଡ୍ରାଏଫ୍ରୁଟ୍ସକୁ କିଛି ବି ଛଣା ଉପରେ ଓଜାଡି ଦିଅନ୍ତୁ ଏବଂ ବୋହୁଥିବା ରମକୁ କାଢି ରଖନ୍ତୁ । କେକର ବେଟର ତିଆରି ପାଇଁ ଥାଳିରେ ମଇଦା , ବେକିଂ ପାଉଡର ଏବଂ ରମରେ ଭିଜିଥିବା ସେହି ଡ୍ରାଏଫ୍ରୁଟ୍ସକୁ ମିଶାଇ ଦିଅନ୍ତୁ ।

ଏହା କରିବା ପରେ କେରାମିଲ ପ୍ରସ୍ତୁତ କରନ୍ତୁ । ସେଥିପାଇଁ ଗ୍ୟାସରେ ଏକ କଡାଇ ବସାନ୍ତୁ ସେଥିରେ ସାମଗ୍ରୀ ଅନୁସାରେ ଚିନି ପକାନ୍ତୁ ଏବଂ ଏହାକୁ ତରଳିବାକୁ ଦିଅନ୍ତୁ । ଯେତେବେଳେ ପୁରା ତରଳି ଯାଇ ଫେଣ ହେବାକୁ ଲାଗିବ ସେତେବେଳେ ଅଧା କପ ପାଣି ମିଶାଇ ଦିଅନ୍ତୁ । ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା କରିବାକୁ ଛାଡ଼ିଦିଅନ୍ତୁ ।

ପୂର୍ବରୁ ପ୍ରସ୍ତୁତ ବେଟରରେ ବ୍ରାଉନ ସୁଗାରକୁ ମିଶାଇ ଗୋଳାନ୍ତୁ । ବର୍ତ୍ତମାନ ଏଥିରେ ୪ଟି ଅଣ୍ଡା ଭାଙ୍ଗି ପକାଇ ଫେଣ୍ଟନ୍ତୁ । ଏଥିରେ ଭାନିଲା ଏସେନ୍ସ ଏବଂ ଚିମୁଟାଏ ଲୁଣ ପକାଇଦିଅନ୍ତୁ । ବର୍ତ୍ତମାନ ଡ଼୍ରାଏଫ୍ରୁଟ୍ସକୁ ବେଟର ସହ ମିଶାଇ ଏକ ପାତ୍ରରେ ରଖନ୍ତୁ । ଏହାପରେ ବେକ କରିବା ଆରମ୍ଭ କରିଦିଅନ୍ତୁ, ଏଥିପାଇଁ ୧୬୦ ଡିଗ୍ରିରେ ୯୦ ମିନିଟ ପାଇଁ କେକକୁ ବେକ କରନ୍ତୁ । ବର୍ତ୍ତମାନ ଆପଣଙ୍କ ରମ କେକ୍ ପ୍ରସ୍ତୁତ ହୋଇଗଲା । ଏହାକୁ କାଟି ଖ୍ରୀଷ୍ଟମାସର ମଜା ନିଅନ୍ତୁ ।

Get real time updates directly on you device, subscribe now.