fbpx

ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ ଏବଂ ସିଙ୍ଗାପୁରକୁ ଉଡ଼ିବ ବିମାନ; ମଞ୍ଜୁରୀ ଦେଲା କ୍ୟାବିନେଟ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକ୍ , ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଉଡ଼ିବ । ଏନେଇ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଆସିଥିବା ବିଡ୍କୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ବିମାନ ଚଳାଚଳ କମ୍ପାନୀ ଠାରୁ ଏନେଇ ଟେଣ୍ଡର ଡକା ଯାଇଥିଲା । ବିମାନ ଚଳାଇବାକୁ ରାଜ୍ୟ ସରକାର କେତେ ବିଡ୍ ଦେବେ ତାହା ମଗାଯାଇଥିଲା । ତେବେ ଇଣ୍ଡିଗୋ ଏହି ବିଡ୍ ଦେଇଛି । ଏହାକୁ କ୍ୟାବିନେଟ ମଞ୍ଜୁର କରିଥିବା ସୂଚନା ମିଳିଛି । ଏକ ମାସରୁ ଦେଢମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.