fbpx

ବର୍ତ୍ତମାନ ରାଜ୍ୟରେ କରୋନା କଟକଣାର ଆବଶ୍ୟକତା ନାହିଁ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‍ ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆଜି ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକ ପରେ ସେ କହିଛନ୍ତି, କୋଭିଡ୍‍ର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିବା ସହ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ରାଜ୍ୟର ତିନୋଟି ସ୍ଥାନ ଝଉଈ, ଓଖଝ ଏବଂ ଜଗଜଉ ରେ ଜିନମ ସିକ୍ୱେଏନ୍‍ସି ବ୍ୟବସ୍ଥା କରାଯାଇଛି। ବୈଠକ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଲୀନ ପଣ୍ଡିତ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣର ପଜିଟିଭ୍‍ ହାର ବହୁତ କମ୍‍ ରହିଛି।

କରୋନା ପରୀକ୍ଷଣ ମାମଲାରେ ଓଡ଼ିଶାରେ ଜାତୀୟ ହାରଠାରୁ ଅଧିକ ପରୀକ୍ଷଣ କରାଯାଉଛି । ଏଠାରେ ବେଶି ଆର୍‍ଟିପିସିଆର ଟେଷ୍ଟ କରାଯାଉଛି । ପ୍ରତ୍ୟେକ ଦିନ ୬ ରୁ ୭ ହଜାର ନମୁନା ପରୀକ୍ଷଣ ପାଇଁ ପଠାଯାଉଛି । ସେଥିମଧ୍ୟରୁ ମାତ୍ର ୬ରୁ ୭ ଜଣ ପଜିଟିଭ୍‍ ବାହାରୁଛନ୍ତି । ସେ କହିଛନ୍ତି, ଗତ ତିନିମାସ ହେଲା ରାଜ୍ୟରେ କରୋନା ସ୍ଥିତି ସ୍ଥିର ରହିଛି । ସେଥିପାଇଁ କରୋନା କଟକଣା ଉଠାଇ ଦିଆଯାଇଛି । ବର୍ତ୍ତମାନ ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି କରୋନା କଟକଣା ଲଗାଯିବ ନାହିଁ । ତେବେ କରୋନା ମାର୍ଗଦର୍ଶିକା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ହାତ ଧୋଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.