fbpx

ଖେଳମନ୍ତ୍ରୀଙ୍କ ବିରୁଧରେ ମହିଳା କୋଚଙ୍କ ସାଙ୍ଘାତିକ ଅଭିଯୋଗ: କହିଲେ- ‘ମତେ ଖୁସି କର ମୁଁ ତୁମକୁ ଖୁସି କରିଦେବି’

ଚଣ୍ଡିଗଡ: ମହିଳା ଆଥଲେଟ୍ କୋଚ୍ ଶିକ୍ଷା ଡାଗର ଆଜି ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭୟ ଚୋଟାଲାଙ୍କ ସହ ଓଘଖଊ କାର୍ୟ୍ୟାଳୟରେ ପହଞ୍ଚିବା ସହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କ୍ରିଡା ମନ୍ତ୍ରୀ ତାଙ୍କୁ ଅସଦାଚରଣ କରିଛନ୍ତି । ଏଥିସହିତ ତାଙ୍କୁ ଏହା ମଧ୍ୟ କହିଛନ୍ତି ଯେ ମୋତେ ଖୁସି କରିଦିଅ ମୁଁ ତମକୁ ଖୁସି କରାଇଦେବି ।ତେବେ ଏହି ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷା ଡାଗର ୪୦୦ ମିଟର ଜାତୀୟ ଆଥଲେଟ୍ କୋଚ୍ ଭାବରେ ହରିୟାଣା ଆଥଲେଟିକ୍ସ ପଞ୍ଚକୁଲାରେ ଜଏନିଙ୍ଗ କରିଛନ୍ତି । ଯେଉଁଠାରେ କ୍ରୀଡା ମନ୍ତ୍ରୀ ପରିଦର୍ଶନ କରନ୍ତି । ତେବେ ମହିଳା ପ୍ରଶିକ୍ଷକଙ୍କ କହିବା ଅନୁଯାୟୀ, କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ ଇନଷ୍ଟାଗ୍ରାମରେ ତାଙ୍କ ସହ ସହ କଥା ହୋଇଥିଲେ। ଏହାପରେ ସେ ସମସ୍ତ ମ୍ୟାସେଜ ଡିଲିଟ୍ କରିଦେଇଥିଲେ । ଏଥିିସହିତ ମହିଳା ଆଥଲେଟ୍ କୋଚ ଏହା ମଧ୍ୟ କହିଛନ୍ତି ଯେ କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂ ଡକ୍ୟୁମେଣ୍ଟ୍ ବାହାନା କରି ମୋତେ ଘରକୁ ଡାକିଲେ ଏବଂ ମୁଁ ସେଠାକୁ ଯିବା ପରେ ସେ ମୋ ସହ କ ଅସଦାଚରଣ କରିବାକୁ ଲାଗିଲେ । ଏତତ୍ ବ୍ୟତୀତ ସେ ଏହା ମଧ୍ୟ କହିଲେ ଯେ ତୁମେ ମୋତେ ଖୁସି କରାଇ ଦିଅ ମୁଁ ତୁମକୁ ଖୁସି କରାଇ ଦେବି ।

ଆଥଲେଟ୍ କୋଚ୍ ଆହୁରୀ ମଧ୍ୟ କହିଛନ୍ତି, ଖୀଡ୍ରାମନ୍ତ୍ରୀ ଏପରି ବ୍ୟବହାର କରିବାକୁ ମୁଁ କୌଣସି ମତେ ସେଠାରୁ ନିଜକୁ ରକ୍ଷା କରି ପଳାଇ ଆସିଲି । ତେବେ ମୁଁ ତାଙ୍କ କଥାରେ ରାଜି ନହେବାକୁ ସେ ଝଞ୍ଜରକୁ ମୋର ଟ୍ରାନ୍ସଫର କରାଇ ଦେଇଛନ୍ତି ବୋଲି ମହିଳା ଆଥଲେଟ୍ କୋଚ କହିଛନ୍ତି । ଯେଉଁଠାରେ ୧୦୦ ମିଟର ଭୂମି ମଧ୍ୟ ନାହିଁ । ତେବେ ସେ ମୋର ଟ୍ରାନ୍ସଫ୍ର ବିଷୟରେ କହିବା ସମୟରେ ଏହା ମଧ୍ୟ କହିଛନ୍ତି ଯେ ଏଥିପାଇଁ ତାଙ୍କୁ କ୍ରୀଡା ନିର୍ଦ୍ଦେଶକ ସାହାଯ୍ୟ କରିଛନ୍ତି । ତେବେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ମହିଳା କୋଚ୍ ଶିକ୍ଷା ଡଗର କହିଛନ୍ତି ।

Get real time updates directly on you device, subscribe now.