fbpx

ନିଜ କର୍ତ୍ତବ୍ୟ ଭୁଲିନାହାନ୍ତି ମୋଦୀ, ମା’ଙ୍କ ଶେଷକୃତ୍ୟ ସାରି ବନ୍ଦେ ଏକ୍ସପ୍ରେସ ଫ୍ଲାଗ ଅଫରେ ଭିସି ଜରିଆରେ ସାମିଲ

ନୂଆଦିଲ୍ଲୀ: ମାଆଙ୍କ ମୃତ୍ୟୁ ସତ୍ତେ୍ୱ ଅଫିସିଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । ଶୋକାକୂଳ ଅବସ୍ଥାରେ ମଧ୍ୟ ନିଜ କର୍ତ୍ତବ୍ୟ ଭୁଲି ନାହନ୍ତି ପ୍ରଧାନମନ୍ତ୍ରୀ । ବନ୍ଦେ ଏକ୍ସପ୍ରେସ ଫ୍ଲାଗ ଅଫରେ ଭିସି ଜରିଆରେ ସାମିଲ ହେଲେ । ହାୱଡ଼ାରୁ ଜଲପାଇଗୁଡ଼ି ଦେଇ ନୂଆଦିଲ୍ଲୀ ବନ୍ଦେ ଏକ୍ସପ୍ରେସ ଫ୍ଲାଗ ଅଫ୍ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଡିସେମ୍ବର ୩୦) ଭିଡିଓ କନଫେରିସିଂ ମାଧ୍ୟମରେ ଆହେମଦାବାଦରୁ ହାୱଡା ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ଫ୍ଲାଗ ଦ୍ୱାରା ଉଦଘାଟନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ଲାଗ । ଏହି ଅବସରରେ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସ ଉତ୍ତର-ପୂର୍ବର ପ୍ରବେଶ ଦ୍ୱାର ହାୱଡା ଏବଂ ନୂତନ ଜାଲପାଇଗୁରୀକୁ ସଂଯୋଗ କରିବ। ୭.୪୫ ଘଣ୍ଟାରେ ୫୬୪ କିଲୋମିଟର ଦୂରତା ବିଶିଷ୍ଟ ନୀଳ-ଧଳା ଟ୍ରେନ୍ ମାର୍ଗର ଅନ୍ୟ ଟ୍ରେନ୍ ତୁଳନାରେ ତିନି ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବ ବୋଲି ଅଧିକାରୀମାନେ କହିଛନ୍ତି।

Get real time updates directly on you device, subscribe now.