fbpx

ନୂଆବର୍ଷରେ ଉତ୍ତରକୋରିଆ ସରକାରଙ୍କ ନିଆରା ଶପଥ; ଚଳିତବର୍ଷରେ କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ: ଆଜି ହେଉଛି ନୂତନ ବର୍ଷ , ଯାହାକୁ ସାରା ଦେଶ ଖୁବ୍ ଧୁମଧାମରେ ପାଳନ କରୁଛି । ତେବେ ଉତ୍ତର କୋରିଆ ସରକାର କିମ ଜଙ୍ଗ ଉନ୍ ମିଶାଇଲ ଟେଷ୍ଟିଙ୍ଗ କରି ନୂତନ ବର୍ଷର ଆରମ୍ଭ କରିଛନ୍ତି । ଆଜି ସକାଳୁ ଉତ୍ତରକୋରିଆର ମଧ୍ୟ କ୍ଷେତ୍ରରେ ଏହି ମିସାଇଲ୍ ଟେଷ୍ଟଙ୍ଗି ହୋଇଥବା ଜଣାପଡିଛି । ଯାହାକି ପାଖାପାଖି ୪୦୦ କିଲୋମିଟର ଦୂତରା ପର୍ଯ୍ୟନ୍ତ ଯିବାରେ ସଫଳ ହୋଇଛି । ତେବେ ଏହାକି ମଧ୍ୟରେ କିମ୍ ଜଙ୍ଗ ଉନ୍ ଏହା ମଧ୍ୟ ଶପଥ ନେଇଛନ୍ତି ଯେ,ଉତ୍ତର କୋରିଆ ବର୍ଷସାରା ଆଣବିକ ଅସ୍ତ୍ର ସଂଖ୍ୟା ବୃଦ୍ଧି ପାଇଁ ଜୋରଦାର କାର୍ୟ୍ୟ କରିବ। ଏଥିସହିତ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରକୁ ବିସ୍ତାର କରିବା ଏବଂ ସବୁଠାରୁ ଶକ୍ତିଶାଳୀ ଆନ୍ତରମହାଦ୍ୱୀପ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ‘କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି’ (କେସିଏନ୍ଏ) ଅନୁଯାୟୀ କିମ କହିଛନ୍ତି ଯେ ବ୍ୟାପକ ପରିମାଣରେ ଆଣବିକ ଅସ୍ତ୍ର ତିଆରି କରିବାର ଆବଶ୍ୟକତା ରହିଛି। ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେସିଏନ୍ଏ ଅନୁଯାୟୀ, କିମଙ୍କ ଉଚ୍ଚାଭିଳାଷୀ ଅନ୍ତରମାଳଦ୍ଵୀପ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଶୀଘ୍ର ପ୍ରତିଶୋଧ ପରମାଣୁ ଆକ୍ରମଣ ପାଇଁ ଲକ୍ଷ୍ୟ ରଖିଛି। କିମଙ୍କ ପଦକ୍ଷେପ ତାଙ୍କ ପରମାଣୁ ଅସ୍ତ୍ର ବିକାଶ କାର୍ଯ୍ୟକ୍ରମର ବ୍ୟାପକ ଦିଗ ସହିତ ମେଳ ଖାଉଛି । କାରଣ ସେ ବାରମ୍ବାର ନିଜର ଅସ୍ତ୍ରଶସ୍ତ୍ରର ଗୁଣବତ୍ତା ଏବଂ ପରିମାଣ ବୃଦ୍ଧି କରିବାକୁ ଶପଥ ନେଇଛନ୍ତି।

କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ କିମ ପାର୍ଟି ବୈଠକରେ କହିଛନ୍ତି ଯେ ସେମାନେ ବର୍ତ୍ତମାନ (ଉତ୍ତର କୋରିଆ) ବିଚ୍ଛିନ୍ନ ଏବଂ ପୂର୍ବ ଭଳି ଅଲଗା ହେବାକୁ ଚାଁହୁଛନ୍ତି । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଉତ୍ତର କୋରିଆ ଏହାର ସାର୍ବ ଭୌମତ୍ୟ,ସୁରକ୍ଷା ଏବଂ ମୌଳିକ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ କରିବା ପାଇଁ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ । କେସିଏନ୍ଏ ଏହା ମଧ୍ୟ କହିଛି ଯେ ଯୁଦ୍ଧକ୍ଷେତ୍ରରେ କୌଶଳ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବାର ଆବଶ୍ୟକତା ଉପରେ କିମ୍ ଆଲୋକପାତ କରିଛନ୍ତି ଏବଂ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରରେ ଶୀଘ୍ର ବୃଦ୍ଧି କରିବା ପାଇଁ ପାଇଁ ଆହ୍ୱାନ ଦେଇଛନ୍ତି।

Get real time updates directly on you device, subscribe now.