fbpx

ଅଧିକ ଚିନି ଖାଉଥିଲେ ହୋଇଯାଆନ୍ତୁ ସାବଧାନ; ହୋଇପାରେ ଏହି ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ଚିନି ଏପରି ଏକ ଜିନିଷ ଯାହା ଦୁନିଆର ପ୍ରତ୍ୟେକ ଲୋକଙ୍କ ଘର ବ୍ୟବହାର ହୋଇଥାଏ । ଏପରି କୌଣସି ଘର ନଥାଏ ଯେଉଁଠାରେ ଚିନି ବ୍ୟବହୃତ ହୁଏ ନାହିଁ । କପ୍ କେକ୍, ବିସ୍କୁଟ୍, ଚା, ମିଠା, ଆଇସ୍କ୍ରିମ୍ ଭଳି ଅନେକ ଖାଦ୍ୟ ରହିଛି, ଯାହା ଚିନିର ମଧୁରତା ବିନା ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ମିଠା, କୋଲ୍ଡ ଡ୍ରିଙ୍କସ୍ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟରେ ଚିନି ରଙ୍ଗ ଏବଂ ସ୍ୱାଦ ବଢାଇବା କାର୍ଯ୍ୟ କରିଥାଏ । ଆପଣ ଏହା ମଧ୍ୟ ଜାଣିବା ଜରୁରୀ ଯେ ଚିନିର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ।

ଅତ୍ୟଧିକ ଚିନି ଖାଇବା ହେତୁ ହୃଦୟର ଧମନୀ ଚାରିପାଖରେ ଥିବା ମାଂସପେଶୀ ଟିସୁ ସାଧାରଣ ଅପେକ୍ଷା ଅଧିକ ବିସ୍ତାର ହେବାକୁ ଲାଗେ । ଯେଉଁଥିପାଇଁ ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ଆଶଙ୍କା ବଢିଯାଏ । ଅନେକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଅଧିକ ପରିମାଣର ଚିନି ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ ବଢିବାରେ ଲାଗେ । ଯାହା ଶରୀର ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଚିନି ଏପରି ଏକ ଜିନିଷ ଯାହା ଶରୀରର ସୁସ୍ଥ କୋଲେଷ୍ଟ୍ରଲକୁ ହ୍ରାସ କରି ଖରାପ କୋଲେଷ୍ଟ୍ରଲ ବଢାଇପାରେ ।

ଅଧିକ ଚିନି ଖାଇବା ଦ୍ୱାରା ଅଲଜାଇମର ଆଶଙ୍କା ବଢିଯାଏ । ଏହା ଏକ ଗୁରୁତର ରୋଗ । ଯେଉଁଥିରେ ମସ୍ତିଷ୍କର ଗ୍ଲୁକୋଜ ପ୍ରକ୍ରିୟାକରଣ କ୍ଷମତା ଶେଷ ହୋଇଯାଏ । ଅଧିକ ଚିନି ଖାଇବା ଦ୍ୱାରା ନନ୍ ଆଲକୋହଲ ଫ୍ୟାଟି ଲିଭର ରୋଗ ହୋଇଥାଏ । ଏଥିରେ ଚର୍ବି ଲିଭରରେ ଜମା ହୋଇଯାଏ । ଅଧିକ ଚିନି ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ଅଭାବ ଦେଖାଯାଇଥାଏ । ଯେଉଁଥିପାଇଁ ଜଣେ ବ୍ୟକ୍ତି ଅଧିକ ଭୋକିଲା ଅନୁଭବ କରନ୍ତି । ଏବଂ ତାଙ୍କର ଓଜନ ବଢିବାକୁ ଲାଗେ ।

ଅଧିକ ଚିନି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଖରାପ ଦେଖାଯିବା ଆରମ୍ଭ କରେ । ଚର୍ମରେ ଦାଗ, ଚିହ୍ନ ଦେଖାଯିବା ଆରମ୍ଭ କରିଥାଏ । ଯଦି ଆପଣଙ୍କ ଚର୍ମରେ ଏହିପରି କିଛି ଲକ୍ଷଣ ଦେଖାଯାଏ ତେବେ ସାବଧାନ ରୁହନ୍ତୁ କାରଣ ଚିନି ଆପଣଙ୍କ ଶରୀରକୁ ନଷ୍ଟ କରିବା ପାଇଁ କାମ କରୁଛି । ଆପଣ ଯେତେ ଡାଏଟିଂ କରନ୍ତୁ ନା କାହିଁକି, କିନ୍ତୁ ଯଦି ଆପଣ ଚିନି ଖାଇବା ବନ୍ଦ କରୁ ନାହାନ୍ତି ତେବେ ଆପଣଙ୍କର ଓଜନ କମି ପାରିବ ନାହିଁ । କାରଣ ପ୍ରାୟତଃ ଡାଏଟିସିଆନ୍ସମାନେ କହିଛନ୍ତି ଯେ ଯଦି ଅପଣ ଫିଟ୍ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନି ଛାଡିବାକୁ ପଡିବ । ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରୁଥିଲେ ଚିନି ଏହାର ଅନ୍ୟତମ କାରଣ ହୋଇପାରେ ।

Get real time updates directly on you device, subscribe now.