fbpx

(Video) ଏ ଆଖି କ’ଣ ନ ଦେଖିଲା ! ବିନା ଚକରେ ବିଚ୍ ରାସ୍ତାରେ ଗଡ଼ିଲା ଟ୍ରକ୍, ଭିଡିଓ ଦେଖି ୟୁଜରଙ୍କ ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ରାସ୍ତାରେ ଯିବା ସମୟରେ ସବୁବେଳେ ବିପଦ ସାଙ୍ଗରେ ଥାଏ, କାରଣ ନଜର ହଟିବା ମାତ୍ରେ ଦୁର୍ଘଟଣା ହେବା ସୁନିଶ୍ଚିତ । ସେହିପରି ଲୋକଙ୍କୁ ରାସ୍ତାରେ ଚାଲିଲା ବେଳେ ନିୟମର ପାଳନ କରିବାକୁ କୁହାଯାଇଛି । ଆଜିକାଲି ରାସ୍ତାରେ ଟ୍ରକକୁ ବିଜୁଳି ଗତିରେ ଚଳାଉଥିବା ଡ୍ରାଇଭର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡିଓରେ ଗୋଟିଏ ଟ୍ରକର ଆଗ ଚକ ନଥିବା ପରେ ମଧ୍ୟ ଡ୍ରାଇଭର ତାହାକୁ ଖୁବ ବେଗରେ ଚଳାଉଥିବା ଦେଖିବାକୁ ମିଳିଛି ।

ସାଧାରଣତଃ ରାସ୍ତାରେ ଚାଲୁଥିବା ବାହନ ନିଜ ଚକ ସାହାର୍ଯ୍ୟରେ ହିଁ ଆଗକୁ ଗଡ଼ିଥାଏ । ଏପରି ପରିସ୍ଥିତିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ ଟ୍ରକ ବିନା ଚକରେ ଗଡ଼ୁଥିବା ନଜର ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନ୍ୟପଟେ ଏପରି ଅନେକ ଲୋକ ଅବସ୍ଥାରେ ଟ୍ରକ ଚଳାଉଥିବା ଡ୍ରାଇଭରର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ତେବେ ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆରେ ସୁଖସମ ଶର୍ମା ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ନିଜ ପ୍ରୋଫାଇଲରେ ସୋୟାର କରିଛନ୍ତି । ଏହି ଭିଡିଓରେ ଏକ ଟ୍ରକ୍ ବିଜୁଳି ବେଗରେ ହାଇୱେରେ ଚାଲୁଥିବା ନଜର ଆସିଛି । ଠିକରେ ଦେଖିଲେ ଜଣାପଡିଛି କି, ଟ୍ରକର ଆଗ ଭାଗରେ କୌଣସି ଚକ ନାହିଁ । ଏହା ପରେ ବି ଟ୍ରକ ଡ୍ରାଇଭର ଗାଡ଼ିକୁ ଅତି ଆରାମରେ ଚଳାଉଛି । ସୋସିଆଲ ମିଡିଆରେ ଏଡି ଭିଡିଓକୁ ୫.୪ ମିଳଲିୟନରୁ ଅଧିକ ଥର ଦେଖା ସରିଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।

 

View this post on Instagram

 

A post shared by Sukhsam Sharma (@_fun_zone_91)

Get real time updates directly on you device, subscribe now.