ଭୁବନେଶ୍ୱରରେ ଡେଲୋଏଟର “କାପାବିଲିଟି ଏନହାନ୍ସମେଣ୍ଟ ସେଣ୍ଟର” ଲୋକାର୍ପିତ

ଭୁବନେଶ୍ୱର: ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ‘ଡେଲୋଏଟ’ ଭୁବନେଶ୍ୱରରେ ସେଣ୍ଟର ଖୋଲିଛି। ଦେଶରେ ଓଡ଼ିଶା ଏବେ ଇନୋଭେସନ, ଟେକ୍ନୋଲୋଜି, ନୂଆ ଅର୍ଥନୀତିର ମଡେଲ ଧୀରେ ଧୀରେ ଉଭା ହେଉଛି । ଭୁବନେଶ୍ୱରରେ ଡେଲୋଏଟ ସେଣ୍ଟର ଏ ଦିଗରେ ଗୋଟିଏ ବଡ ପଦକ୍ଷେପ । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ।

ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ସେହିଭଳି ବଳକା ମହଲାରେ ଖୁବ୍ ଶୀଘ୍ର ବିଏମସି ଅଫିସ ଖୋଲିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ଭାରତ ଯେତେବେଳେ ବିଶ୍ୱର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହେଉଛି ସେ ସମୟରେ ଡେଲୋଏଟର ଏହି କମ୍ପାନୀ ଦ୍ୱାରା ଭାରତ ମଧ୍ୟ ୧୫୦ଟି ଦେଶ ସହ ଯୋଡ଼ିହେବ । ଏହା ଦ୍ୱାରା ଆମର ଅର୍ଥନୀତି, ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପ୍ରସାର ଘଟିବ ।  ଏହି ସଂସ୍ଥାରେ ପିଲାମାନେ କାମ କଲେ ସେମାନଙ୍କର ଦକ୍ଷତା ବଢିବ । ତେଣୁ ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି ବୋଲି ଶୁକ୍ରବାର କମ୍ପାନୀର “କାପାବିଲିଟି ଏନହାନ୍ସମେଣ୍ଟ ସେଣ୍ଟର”ର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କିଛି ବର୍ଷ ପୂର୍ବେ ଡାଭୋସ ଠାରେ ବିଶ୍ୱ ଅର୍ଥନୀତି ଫୋରମର ଏକ ବୈଠକରେ ସେ ଡେଲଏଟରର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଓଡ଼ିଶାରେ ଡେଲୋଏଟର ଏକ ସେଣ୍ଟର ଖୋଲିବା ପାଇଁ ଅନୁରୋଧ କରିଥିଲେ । ଆଜି ଏହା ବାସ୍ତବର ରୂପ ନେଇଥିବାରୁ ପ୍ରଧାନ ରେନଜନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆଜି ଏକ ବଡ଼ ଦିନ । ବିଶ୍ୱର ଅନେକ ସ୍ଥାନକୁ ଯିବାବେଳେ ଓଡ଼ିଆ ପିଲା ମାନଙ୍କୁ ଭେଟିବା ବେଳେ ସମସ୍ତଙ୍କ ମନରେ ଓଡ଼ିଶାରେ ସୁଯୋଗ ମିଳିବା ନେଇ ପ୍ରଶ୍ନ ଥିଲା । ମାତ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଓ ଇନୋଭେସନର ସ୍ୱପ୍ନ ସାକାର ହେଉଛି ।