fbpx

ମହିଳା, ଯୁବତୀଙ୍କୁ ଅଶ୍ଲୀଳ ସ୍ପର୍ଶ କଲେ ବେହୋସ୍ ହୋଇଯିବ ଅଭିଯୁକ୍ତ: ୧୬ ବର୍ଷର ବାଳକ ପ୍ରସ୍ତୁତ କଲେ ଖାସ୍ ଡିଭାଇସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମହିଳା ଓ ଯୁବତୀଙ୍କ ପ୍ରତି ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିବା ଏକ ବଡ଼ ସମସ୍ୟା ପାଲଟି ଗଲାଣି । ଅନେକ ସମୟରେ ଏହାକୁ ନେଇ ମାରପିଟ, ହତ୍ୟା ଆଦି ଘଟଣା ଘଟିବା ସହିତ ପୋଲିସ, କୋର୍ଟ, କଚେରୀ ପର୍ଯ୍ୟନ୍ତ କଥା ଯାଇଥାଏ । ତେବେ ରେପ, କମେଣ୍ଟ ଆଦି ବିଭିନ୍ନ ଘଟଣାକୁ ଦୃଷ୍ଟିରେ ରଖି ଜଣେ ୧୬ ବର୍ଷୀୟ ବାଳକ ଏକ ଅଦ୍ଭୂତ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଏହି ଯନ୍ତ୍ର ଦ୍ୱାରା ଖରାପ ଆଚରଣ କରୁଥିବା ରୋମିଓମାନଙ୍କୁ ଉଚିତ ଶିକ୍ଷା ମିଳିବ ବୋଲି କୁହାଯାଉଛି ।

ତେବେ ପ୍ରସ୍ତୁତ ହୋଇଥିବା ନୂଆ ଡିଭାଇସର ବଟନ ଦବାଇବା ପରେ ସେଥିରେ କରେଣ୍ଟ ସୃଷ୍ଟି ହେବ । ଏହାପରେ ତାହାକୁ ଯଦି ରୋମିଓଙ୍କ ଦେହରେ ଛୁଆଁଦେବେ, ତେବେ ସେ ପାଖାପାଖି ୧୫ ମିନିଟ୍ ପର୍ଯ୍ୟନ୍ତ ବେହୋସ୍ ହୋଇଯିବେ । ଏହି ଡିଭାଇସର ନାମ ସ୍ମାର୍ଟ ସେଫଟି ପ୍ରୋଟେକ୍ସନ (ଏସଏସପି) ରଖାଯାଇଛି । ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଯୁବତୀମାନଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଇଁବା ବ୍ୟକ୍ତିଙ୍କୁ ଆଉ ତ୍ରାହି ମିଳିବ ନାହିଁ ।

ତେବେ ସୂଚନା ମୁତାବକ, ବିହାର ରାଜଧାନୀ ପାଟନାରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୬ ବର୍ଷୀୟ ବାଳକ ଶଶାଙ୍କ ଦେବ ଝିଅଙ୍କ ସୁରକ୍ଷା ପାଇଁ ଏହି ଖାସ୍ ଡିଭାଇସ୍ ତିଆରି କରିଛନ୍ତି । ଏହି ଯନ୍ତ୍ରର ଖାସିୟତ ହେଉଛି, ଯଦି ଜଣେ ବ୍ୟକ୍ତି କୌଣସି ଯୁବତୀଙ୍କୁ ଖରାପ ତରିକାରେ ଛୁଅଁନ୍ତି, ତେବେ ଯୁବତୀଙ୍କୁ କେବଳ ଗୋଟିଏ ବଟନ୍ ଟିପିବାକୁ ପଡ଼ିବ । ଏହାପରେ ଯନ୍ତ୍ରକୁ ଉକ୍ତ ବ୍ୟକ୍ତିଙ୍କ ଶରୀରରେ ଟଚ୍ କରାଇବାକୁ ପଡ଼ିବ । ଏହାପରେ ବ୍ୟକ୍ତିଙ୍କୁ ଜୋରରେ କରେଣ୍ଟ ଲାଗିବ । ବ୍ୟକ୍ତି ଜଣଙ୍କ ୧୫ ମିନିଟ୍ ପର୍ଯ୍ୟନ୍ତ ବେହୋସ୍ ହେବା ପରେ ଯୁବତୀ ଜଣଙ୍କ ଏକ ସୁରକ୍ଷିତ ସ୍ଥାନକୁ ସହଜରେ ଯାଇ ପାରିବେ । ସୂଚନାଯୋଗ୍ୟ ଯେ, ଶଶାଙ୍କ ତାଙ୍କର ଏକ ରୁମକୁ ନିଜର ରିସର୍ଚ୍ଚ ସେଣ୍ଟର ବନାଇଛନ୍ତି । ସେ ଅଧିକାଂଶ ସମୟରେ ସେଠାରେ ବୈଦ୍ୟୁତିକ ସରଞ୍ଜାମକୁ ନେଇ ଗବେଷଣା ଚଳାଇଥାନ୍ତି ।

Get real time updates directly on you device, subscribe now.