fbpx

କରୋନା କବଳରେ କରୋନା ଯୋଦ୍ଧା

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):କରୋନା କବଳରେ କରୋନା ଯୋଦ୍ଧା । ଦେଶରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକାବିଲା ପାଇଁ ପ୍ରଚେଷ୍ଠା ବି କିଛି କମ ହେଉନାହିଁ । କରୋନା ବିରୋଧ ଲଢ଼େଇରେ ଫ୍ରଣ୍ଟ ଲାଇନରେ ଡାକ୍ତର,ସ୍ୱସ୍ଥ୍ୟକର୍ମୀ,ପୋଲିସ,ସଫେଇ କର୍ମୀ, ସାମ୍ବାଦିକ । ଏବେ ଏହି ଫଣ୍ଟଲାଇନ ଯୋଦ୍ଧା କରୋନା କବଳରେ । ଗତକାଲି ମୁମ୍ବାଇର ୫୩ ଜଣ ମିଡିଆ କର୍ମୀ କରୋନା ଆକ୍ରାନ୍ତ ହୋଇଥିଲେ ।ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପୂର୍ବରୁ ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା । କିଛି ପୋଲିସ କର୍ମଚାରୀ ବି ଆକ୍ରାନ୍ତ ଥିବା ସୂଚନା ଥିଲା । ଏବେ ଗୁଜରାଟ ଅହମଦାବାଦର ୨୪ ପୋଲିସ କର୍ମୀ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି । ୨୦୦ରୁ ଉଦ୍ଧ୍ୱର୍ ପୋଲିସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ଯୋଦ୍ଧା କରୋନା କବଳିତ ହେବା ସଭିଙ୍କ ମନକୁ ଆନ୍ଦୋଳିତ କରିଛି ।

Get real time updates directly on you device, subscribe now.