ଆଜି କିପରି ବିତିବ ଆପଣଙ୍କ ଦିନ (ମଙ୍ଗଳବାର, ଏପ୍ରିଲ ୨୧/୨୦୨୦)

ମେଷ – ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ମନମୁତାବକ ଧନ ସଂଚୟ ହେବ । କୌଣସି ପ୍ରକାର ମାନସମ୍ମାନ ପ୍ରାପ୍ତି ହେବ । ମାତ୍ର ସ୍ୱାସ୍ଥ୍ୟ କିଛି ମାତ୍ରାରେ ବିଗିଡିବ, ଚୋରିଭୟ ରହିବ । ବିଦ୍ୟାର୍ଥିମାନେ ଆତ୍ମନିର୍ଭରଶିଳ ହେବେ ।
ବୃଷ – ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ମାତ୍ର ଦିନର ପ୍ରଥର୍ମାଦ୍ଧ ସତର୍କ ରହିବେ ନଚେତ ହେବାକୁ ଥିବା କାମ ବିଗିଡି ଜିବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ ।
ମିଥୁନ – ଏହି ରାଶିର ଲୋକମାନଙ୍କୁ ଆଜିିି କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ପରିସ୍ଥିତି ହେତୁ ରକ୍ତଚାପ ବଢିବ । ମାନସିକ ଅଶାନ୍ତି ପରିଲକ୍ଷିତ ହେବ । ନିଜର ବାକ୍ୟପ୍ରତି ସତର୍କ ରହିବେ ନଚେତ ପରିସ୍ଥିତି ବିଗିଡିଯିବ ।
କର୍କଟ – ଦିନଟି ବ୍ୟବସାୟିକ ଦିଗରୁ ଶୁଭଫଳ ଦାୟକ ହେବ । ମନର ଆଶା ପୁରଣ ହେବ, ନୁତନଦ୍ରବ୍ୟ ସତ୍ କାର୍ଯ୍ୟରେ ଦାନ କରିବାର ଅବସର ମିଳିବ, ସାହିପଡିସାରେ ନିଜର ପତିଆରା ରହିବ
ସିହଂ- ସମୟର କୁ-ପ୍ରଭାବ ରହିବ ତେଣୁ ବ୍ୟବସାୟରେ ନୁତନ କିଛି କରବେ ନାହିଁ କିମ୍ବା ଦୁରଯାତ୍ରା କରିବେ ନୁହେଁ ମାତ୍ର ମନମୁତାବକ ସମୟ ଅତିବାହିତ କରିବାରେ ଭାଗ୍ୟ ସାଥ ଦେବ । ବିବାହଯୋଗ୍ୟ ପିଲାମାନଙ୍କର ବିବାହର ସୁଯୋଗ ଷୃଷ୍ଟି ହେବ ।
କନ୍ୟା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, କର୍ମକ୍ଷେତ୍ରରେ ମନମୁତାବକ ଶୁଭଫଳ ପ୍ରାପ୍ତିହେବ, ସାଂସାରିକ ଜୀବନ ସୁଖଶାନ୍ତିଭରା ରହିବ, ସମାଜରେ ଲୋକ ସମ୍ପର୍କ ବଢିବ,
ତୁଳା – ଦିନଟି ସୁରୁଖୁରୁରେ ଅତିବାହିତ ହେବ ମାତ୍ର ମାତ୍ରାଧିକ ର୍ଖଚ୍ଚ ବଢିବ, ନୂଆକରି କିଛି ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମାତ୍ର ମନ କିଛି ଅଯଥା କଥାକୁନେଇ ଭାରାକ୍ରାନ୍ତ ରହିବ ।
ବିଛା – ଦିନଟି ମନମୁତାବକ ପରିବେଷ ତଥା ସୁଖଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ର ସାହାଯ୍ୟ ସହଯୋଗ ଭରା ପରିବେଷ ମଧ୍ୟରେ ଅତିବାହିତ ହେବ । ନିଜର ଜନ୍ମଭୁମିରେ କୌଣସି ଭଲକାମ କରି ପ୍ରସଂସିତ ହେବେ ।
ଧନୁ – ଶୁଭ ଗ୍ରହଚଳନ ପ୍ରଭାବରେ ଦିନଟି ଆନୋନ୍ଦଲ୍ଲାସରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ଅଭିବୃଦ୍ଧି ହେବ, ଅଚାନକ କିଛି ଶୁଭ ଖବର ପାଇ ଆତ୍ମବଳ ଦ୍ୱିଗୁଣିତ ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।
ମକର – ଶୁଭଗ୍ରହଙ୍କର ପ୍ରଭାବ ରହିବ ତେଣୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଓøøଷଧ ବ୍ୟବସାୟି କ୍ଷମତା ଠାରୁ ଅଧିକ ଲାଭ ପାଇବେ ।
କୁମ୍ଭ – ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଏବଂ ପ୍ରେମ କରୁଥିବା ପିଲାମାନଙ୍କର ଜୀବନ ଆଶାଠାରୁ ଅଧିକ ସୁଖରେ କଟିବ ।
ମୀନ – କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସମ୍ପୁନ୍ନ ସହଯୋଗ ମିଳିବ, ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।

Get real time updates directly on you device, subscribe now.