fbpx

(VIDEO) ବିମାନଯାତ୍ରୀଙ୍କ ବ୍ୟାଗରୁ ମିଳିଲା ଅଫୁଟା ଗୁଳି; ତଦନ୍ତ କରୁଛି ପୋଲିସ

ରାଉରକେଲା: ରାଉରକେଲା ବିମାନ ବନ୍ଦରରେ ଏକ ଯାତ୍ରୀଙ୍କ ବ୍ୟାଗରୁ କିଛି ଗୁଳି ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଭୟଭିତ କରି ଦେଇଛି । ତେବେ ସେହି ଯାତ୍ରୀ ଜଣଙ୍କ ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ତାଙ୍କ ବ୍ୟାଗରୁ ଏହି ଗୁଳି ମିଳିଥିବା ଜଣାପଡିଛି । ଏଥିସହିତ ଗୁଳିଗୁଡିକ ଅଫୁଟା ରହିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ଏହି ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଆଜି ଜଣେ ଯାତ୍ରୀ ରାଉରକେଲାରୁ ଭୁବନେଶ୍ୱର ଆସୁଥିଲେ । ତେବେ ବିମାନ ବନ୍ଦରରେ ସିକ୍ୟୁରିଟ୍ ସ୍କାନରେ ତାଙ୍କ ଲଗେଜରୁ ୬ ଟି ଅଫୁଟା ଗୁଳି ବାହାରିଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଯେଉଁ ବ୍ୟକ୍ତିଙ୍କ ବ୍ୟାଗରୁ ଏହି ୬ଟି ଅଫୁଟା ଗୁଳି ମିଳିଛି ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ଅନ୍ୟପକ୍ଷେ ଏହି ଗୁଳି କେଉଁଥିପାଇଁ ଯାଉଥିଲା ପୋଲିସ ତାର ତଦନ୍ତ କରିବା ସହ ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା ଚଳାଇଛି ।

Get real time updates directly on you device, subscribe now.