fbpx

ରାଜ୍ୟ ସରକାରଙ୍କ ବଡ ଘୋଷଣା:କାଲି ଦିନ ୧ଟାରୁ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ଘୋଷଣା । କାଲି ଦିନ ୧ଟାରୁ ବନ୍ଦ ହେବ ସ୍କୁଲ । କାଲି ଗୋଟିଏ ଦିନ ପାଇଁ ଏହି ସୂଚନା ଦିଆଯାଇଛି । ପିଲାମାନେ ହକି ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାମୁତାବକ ଆସନ୍ତାକାଲି ହେଉଛି ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଆୟଜନ ହୋଇଛି ଉଦ୍‌ଘାଟନୀ ଉତ୍ସବ । ଏହା ପୂର୍ବରୁ ଏହି ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍‌, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଥିଲେ। ତେବେ ରାଜ୍ୟ ସରକାର ଏବେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.