ଏକ ଘଣ୍ଟା ମଧ୍ୟରେ ଇନଷ୍ଟାଗ୍ରାମ ଡ଼ାଉନ, ୟୁଜର୍ସମାନେ ପଠାଇ ପାରୁନାହାନ୍ତି ମ୍ୟାସେଜ, ଟ୍ୱିଟରରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ଦୁନିଆର ସବୁ ୟୁଜର୍ସ ମାନଙ୍କ ପାଇଁ ଇନଷ୍ଟାଗ୍ରାମ ଡ଼ାଉନ ହୋଇଛି । କିଛି ୟୁଜର୍ସ ମାନଙ୍କ ପାଇଁ ଇନଷ୍ଟାଗ୍ରାମର ଡ଼ାଇରେକ୍ଟ ମ୍ୟାସେଜ କାମ କରୁନାହିଁ । ଲୋକ ମ୍ୟାସେଜ ପଠାଉଛନ୍ତି ହେଲେ ସେଟିଙ୍ଗ ଲେଖି ରହିଯାଉଛି । ଅର୍ଥାତ୍ ମ୍ୟାସେଜ ଡେଲିଭରୀ ହେଉନାହିଁ ।

ଇନଷ୍ଟାଗ୍ରାମ ଡାଉନକୁ ନେଇ ଡାଉନ-ଡିରେକ୍ଟର ୱେବସାଇଟ ଉପରେ ମଧ୍ୟ ରିପୋର୍ଟ କରାଯାଇଛି । ଏଥିରେ ବହୁ ଲୋକ ୧୨ଟା ସମୟରୁ ଡ଼ାଉନ ହେବାର ଅଭିଯୋଗ ଆଣିଛନ୍ତି । ଟ୍ୱିଟରରେ ମଧ୍ୟ କିଛି ଲୋକ ଏହାକୁ ନେଇ ଅଭିଯୋଗ କରିଛନ୍ତି ।

ତେବେ ଇନଷ୍ଟାଗ୍ରାମ ଡାଉନକୁ ନେଇ ଏକ ଟ୍ୱିଟର ୟୁଜର ଲେଖିଛି, କେବଳ କଣ ମୁଁ ନିଜେ ଯିଏ ଇନଷ୍ଟାଗ୍ରାମ ଡିଏମ ବ୍ୟବହାର କରିପାରୁନି । ଏଥିରେ ଅନ୍ୟଜଣେ ବ୍ୟକ୍ତି କହିଛନ୍ତି, କେବଳ ଇନଷ୍ଟାଗ୍ରାମ ମ୍ୟାସେଜ କାମ କରୁନି ବାକି ଅନ୍ୟ ଜିନିଷ କାମ କରୁଛି ।

ଏନେଇ ଇନଷ୍ଟାଗ୍ରାମ ତରଫରୁ କୌଣସି ସୂଚନା ଦିଆ ଯାଇନାହିଁ । ତେବେ ଇନଷ୍ଟାଗ୍ରାମ ଡ଼ାଉନ ହେବାରେ ପାଖାପାଖି ୧ ଘଣ୍ଟା ଲାଗି ଗଲାଣି । ଏହା କେତେବେଳେ ଠିକ ହେଉଛି ତାହା ଦେଖିବା ବାକି ଅଛି । ଖବର ଲେଖାଯିବା ପରେ ମଧ୍ୟ ଇନଷ୍ଟାଗ୍ରାମର ଡ଼ାଇରେକ୍ଟ ମ୍ୟାସେଜ ଫିଚର କାମ କରୁନାହିଁ ।