fbpx

ଆରମ୍ଭ ହେଲା ହକି ବିଶ୍ୱକପ ମହାମୁକାବିଲା; ଜାଣନ୍ତୁ କାହା ସହ କେଉଁ ଦିନ ହେବ ଭାରତର ମୁକାବିଲା

ଭୁବନେଶ୍ୱର: ଆଉ କିଛି ସମୟ ପରେ ଆରମ୍ଭ ହେବ ହକି ବିଶ୍ୱ କପ ୨୦୨୩ର ମହା ମୁକାବିଲା । ଯାହାକୁ ନେଇ ପ୍ରସ୍ତୁତି ସରିଥିବା ବେଳେ ଖେଳାଳିମାନେ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ଏହି ମୟାଚ ଦେଖିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଲାଗିଛି । ଏଥିସହିକତ ମ୍ୟାଟ୍ ପାଇଁ ଉଭୟ ସହରର ସୁରକ୍ଷା ବ୍ୟବସ୍ତାକୁ ମଧ୍ୟ କଡାକଡି କରାଯାଇଛି । ତେବେ ଏହି ହକି ବିଶ୍ୱକପ୍ ଆଜିଠାରୁ ଆରମ୍ଭ ହୋଇ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ କେଉଁ ଷ୍ଟାଡିୟମରେ କାହାର ମ୍ୟାଚ ଅଛି ଏବଂ କେଉଁ ସମୟରେ ତାହାର ତାଲିକା ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏ ସମ୍ପର୍କରେ ସମ୍ପର୍ଣ୍ଣ ଖବର ।

ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ହକି ବିଶ୍ୱକପର ପ୍ରଥମ ଦିନରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଦିନ ୧ଟାରେ ଆରମ୍ଭ ହେବ । ଯାହାକି ଆର୍ଜେଣ୍ଟିନା ଏବଂ ଦକ୍ଷୀଣ ଆଫିକ୍ରା ମଧ୍ୟରେ ଅନୁଷ୍ଠିତ ହେବ । ଏହାପରେ ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଆଜି ସନ୍ଧ୍ୟା ୫ଟା ସମୟରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଏବଂ ୱେଲି ମଧ୍ୟରେ ମ୍ୟାଚ ଦେଖିବାକୁ ମିଳିବ । ଏହାର ୨ ଘଣ୍ଟା ପରେ ଅର୍ଥାତ ରାତି ୭ ଟାରେ ଭାରତ ଏବଂ ସ୍ପେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଯାହାଉପରେ ସମସ୍ତଙ୍କ ନଜର ରହିବ |ଦ୍ୱିତୀୟ ମ୍ୟାଚ ଆସନ୍ତା କାଲି ଅର୍ଥାତ ୧୪ ତାରିଖ ଦିନ ହେବାକୁ ଥିବା ବେଳେ ଏହା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅପରାହ୍ନ ୧ ଟାରେ ଅନୁଷ୍ଠିତ ହେବ । ଯେଉଁଥିରେ ନ୍ୟୁଜିଲାଣ୍ଡ ଏବଂ ଚିଲି ପରସ୍ପର ସହ ମୁହାଁମୁହିଁ ହେବେ । ଏହାପରେ ଦିନ ୩ ଟାରେ ନେଦରଲ୍ୟାଣ୍ଡସ୍ ଏବଂ ମାଲେସିଆ ପରସ୍ପରକୁ ଭେଟିବେ । ସେହିପରି ସନ୍ଧ୍ୟା ୫ ଟାରେ କଳିଙ୍ଗ ଷ୍ଟାଡିୟମରେ ବେଲଜିୟମ ଏବଂ କୋରିଆ ମଧ୍ୟରେ ମୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ରାତି ୭ ଟାରେ ଜର୍ମାନୀ ଏବଂ ଜାପନ ମଧ୍ୟରେ ମ୍ୟାଚ ଦେଖିବାକୁ ମିଳିବ । ତେବେ ଏହି ବିଶ୍ୱକପ୍ ହକିର ଦିନକୁ ୪ଟି ମ୍ୟାଚ ହେବ । ଯେଉଁଥିରୁ ୨ଟି ମ୍ୟାଚ ଭୁବନେଶ୍ୱର କଳିଙ୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବା ବେଳେ ଅନ୍ୟ ଦୁଇଟି ମ୍ୟାଚ୍ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ।

ତେବେ ବିଶ୍ୱକପର ପ୍ରଥମ ଦିନରେ ଅର୍ଥାତ ଆଜି ଭାରତ ମ୍ୟାଚ ଖେଳିବା ବେଳେ ସ୍ପେନକୁ ସାମ୍ନା କରିବା | ସେହିପରି ଦ୍ୱିତୀୟ ମ୍ୟାଚ୍ ୧୫ ତାରିଖ ଦିନ ଖେଳିବ ଏବଂ ସେହି ମ୍ୟାଚରେ ସେ ଇଂଲଣ୍ତକୁ ଭେଟିବା । ତେବେ ଭାରତ ତୃତୀୟ ତଥା ଅନ୍ତିମ ମ୍ୟାଚ ୧୯ ତାରିଖରେ ୱାଲି ସହ ଖେଳିବ । ଯାହା ଉପରେ ରାଜ୍ୟ ତଥା ଦେଶବାସୀଙ୍କ ନଜର ରହିବ । ଏହି ହକି ବିଶ୍ୱକପ୍ ଓଡ଼ିଶା ତଥା ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଭାରତୀୟ ଟିମ୍‌ ୧୯୭୫ ମସିହାରେ ହକି ବିଶ୍ୱକପ୍‌ ଟ୍ରଫି ହାତେଇଥିବାବେଳେ ଏଥର ମଧ୍ୟ ଭାରତ ପାଖରେ ଆଉଏକ ସୁଯୋଗ ଆସି ପହଞ୍ଚିଛି। ନିଜ ମାଟିରେ ଖେଳି ଦଳ ଟ୍ରଫିକୁ ବେଶ୍ ସହଜରେ ହାତେଇ ପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ଏଭଳି ପାଞ୍ଚଜଣ ଷ୍ଟାର ଖେଳାଳି ରହିଛନ୍ତି, ଯେଉଁମାନଙ୍କ ପ୍ରଦର୍ଶନ ହିଁ ଭାରତକୁ ଏଥର ବିଶ୍ୱକପ୍‌ରେ ଚାମ୍ପିଅନ୍ କରିପାରିବ। ଏହି ଷ୍ଟାର ଖେଳାଳିମାନେ ହେଲେ କ୍ୟାପଟେନ ହରମନପ୍ରୀତ ସିଂ, ଆକାଶଦୀପ ସିଂ, ମନପ୍ରୀତ ସିଂ, ମନଦୀପ ସିଂ ଓ ପି.ଆର.ଶ୍ରୀଜେସ୍। ହରମନପ୍ରୀତ ୨୦୧୮ ହକି ବିଶ୍ୱକପ୍‌ରେ ମଧ୍ୟ ଖେଳି ସାରିଥିବାବେଳେ ଏବେ ଭାରତୀୟ ଟିମ୍‌ର ଅଧିନାୟକ ଦାୟିତ୍ୱରେ ରହିଛନ୍ତି।

Get real time updates directly on you device, subscribe now.