fbpx

ଶ୍ରୀମନ୍ଦିର ବ୍ୟାରିକେଡ ନିକଟରେ ଠେଲାପେଲା:ଦୁଇଜଣ ଗୁରୁତର

ପୁରୀ: ଶ୍ରୀମନ୍ଦିର ବ୍ୟାରିକେଡରେ ଠେଲାପେଲା । ଅଣନିଶ୍ୱାସ ହୋଇ ଦୁଇଜଣ ଗୁରୁତର ହୋଇ ଯାଇଛନ୍ତି । ଦୁଇଜଣ ଗୁରୁତରଙ୍କୁ ସଦର ଚିକିତ୍ସାରେ ଭତ୍ତି ହୋଇଛି । ଗତକାଲି ମକର ସଂକ୍ରାନ୍ତି ଥିବାରୁ ଆଜି ମଧ୍ୟ ଶ୍ରୀଜିଉଙ୍କ ଦର୍ଶକ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଛି । କାଠ ଗେଟ ପାଖରେ ଏଠି ଉତ୍ତେଜନା ହେଇଥିବାର ସୂଚନାମିଳିଛି । ତେବେ ଏହି ଭିଡ ଭିତରେ ଠେଲା ପେଲାରେ ଏବେ ଦୁଇଜଣ ଶ୍ରଦ୍ଧାଳୁ ଗୁରୁତର ହୋଇଯାଇଛନ୍ତି । ପ୍ରବଳ ଭିଡ଼ ଥିବାରୁ ଏହି ଭଳି ଅବସ୍ଥା ସୃଷ୍ଟି ହେଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାର ସୂଚନା ମିଳିଛି ।

ତେବେ ଗତକାଲି କଟକ ଜିଲ୍ଲା ବଡମ୍ବା ସିଂହନାଥରେ ମଧ୍ୟ ଦଳାଚକଡା ଦେଖାଦେଇଥିଲା । ବଡ଼ମ୍ବା ନୃସିଂହନାଥ ପୀଠରେ ମକର ମେଳା ଉତ୍ସବରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଥିଲେ ।

Get real time updates directly on you device, subscribe now.