fbpx

ପୁଅକୁ ତଣ୍ଟିକାଟି ହତ୍ୟା ପରେ ମାଆ ର ଆତ୍ମହତ୍ୟା; ପୋଲିସର ଛାନଭିନ୍

କଟକ: ଆଜିକାଲି ଦେଶ ତଥା ରାଜ୍ୟରେ ପ୍ରତ୍ୟେକ ଦିନ ହତ୍ୟା ଆତ୍ମହତ୍ୟା ପରି ମାମାଲା ଦେଖିବାକୁ ମିଳିଛି । କିଏ ପ୍ରେମ ସମ୍ପର୍କକୁ ନେଇ କାହାକୁ ହତ୍ୟା କଲାଣି ତ ଆଉ କିଏ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲାଣି । କିନ୍ତୁ ଆଜି କଟକରେ ଏପରି ଏକ ଘଟଣା ଘଟିଛି ଯାହାକି ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇବା ସମେତ ସାରା ରଜୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିସହିତ ମା ନାଁରେ କଳଙ୍କ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ କଟକର ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରେ ଏକ ଘରୁ ଜଣେ ମାଆ ଓ ପୁଅର ମୃତ ଦେହ ଉଦ୍ଧାର ହୋଇଛି । ତେବେ ଘର ଭିତରୁ ମାର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପୁଅର ତଣ୍ଟି କଟା ହୋଇଥିବା ଦେଖିବାକୁ ମିଳିଛି । ଯାହାକି ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଘରେ କେହି ନଥିବାରୁ ମୃତ୍ୟୁର କାରଣ ଜଣାପଡି ନାହିଁ । ଅନ୍ୟପକ୍ଷେ ପରିପାର୍ଶ୍ଵିକ ପରିସ୍ଥିତିକୁ ଦେଖିଲେ ଏପରି ଲାଗୁଛି ପ୍ରଥମେ ମାଆ ୨ ବର୍ଷର ଶିଶୁର ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ଏହି ଘଟଣା ସମ୍ପର୍କରେ ମଧୁପାଟଣାଥାନା ପୋଲିସ ଖବର ପାଇ ଘଠମାସ୍ଥଳରେ ପହଂଚିଛି । ଏଥିସହତ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।

 

 

Get real time updates directly on you device, subscribe now.