fbpx

ଗଙ୍ଗାସାଗର ନିକଟ ସମୁଦ୍ରରେ ଫସିଲେ ୬୦୦ ତୀର୍ଥଯାତ୍ରୀ: ଚାଲିଛି ଉଦ୍ଧାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଗଙ୍ଗାସାଗରରେ ରବିବାର ରାତିରୁ ୬୦୦ ତୀର୍ଥଯାତ୍ରୀଙ୍କ ଜୀବନ ବିପଦ ମୁହଁରେ ପଡିଛି । ଅଧିକାରୀମାନେ କହିଛନ୍ତି ଯେ, ଗତ ରାତିରୁ ସମୁଦ୍ରରେ ଫସି ରହିଥିବା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ସମସ୍ତ ତୀର୍ଥଯାତ୍ରୀ ହୁଗଲି ନଦୀ ଏବଂ ବଙ୍ଗୋପସାଗରର ଗଙ୍ଗାସାଗର ଆଡକୁ ଯାଉଥିଲେ । ଏଥିସହିତ ସମୁଦ୍ରରେ ଲହରୀ ଏବଂ ଘନ କୁହୁଡ଼ି ହେତୁ ସେମାନଙ୍କ ଡଙ୍ଗା କାକୱିପ ନିକଟରେ ଫସିଯାଇଥିଲା ।

ହିନ୍ଦୁ ଧର୍ମରେ ଗଙ୍ଗାସାଗରର ଅନେକ ମାନ୍ୟତା ରହିଛି । ଜାନୁଆରୀ ୧୫ ରେ ମକର ସଂକ୍ରାନ୍ତି ଦିନ ଗଙ୍ଗାସାଗରରେ ବୁଡ଼ ପକାଇବାର ବିଶ୍ୱାସ ରହିଛି । ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକ ମକର ସଂକ୍ରାନ୍ତିରେ ବୁଡ଼ ପକାଇବାକୁ ଏଠାକୁ ଆସନ୍ତି । ଗଙ୍ଗାସାଗର ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଅଛି । ଅଧିକାରୀ କହିଛନ୍ତି ଯେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଡଙ୍ଗା ନିୟୋଜିତ କରିଛନ୍ତି ।

Get real time updates directly on you device, subscribe now.