fbpx

INDvNZ 2nd ODI: ୧୦୮ ରନ୍‌ରେ ଅଲଆଉଟ୍ ନ୍ୟୁଜିଲାଣ୍ଡ, ଭାରତକୁ ମିଳିଲା ସହଜ ବିଜୟ ଲକ୍ଷ୍ୟ

ନୁଆଦିଲ୍ଲୀ: ରାୟପୁରରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ। ପରେ ଅଧିନାୟକଙ୍କର ନିଷ୍ପତିକୁ ଠିକ୍ ପ୍ରମାଣିତ କରିଛନ୍ତି ଭାରତର ବୋଲରମାନେ। ଯାହା ଫଳରେ ଭ୍ରମଣକାରୀ ଦଳ ମାତ୍ର ୧୦୮ ରନ୍‌ରେ ଅଲଆଉଟ୍ ହୋଇଯାଇଛି।

ନ୍ୟୁଜିଲାଣ୍ଡ ପାଇଁ ଗ୍ଲେନ୍ ଫିଲିଫ୍ସ ସର୍ବାଧିକ ୩୬ ରନ୍ ସ୍କୋର କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଭାରତ ପାଇଁ ମହମ୍ମଦ ଶାମୀ ତିନୋଟି ଉଇକେଟ୍‌, ହାର୍ଦିକ ପାଣ୍ଡ୍ୟା ଏବଂ ସିଙ୍ଗଟନ୍ ସୁନ୍ଦର ଦୁଇଟି ଲେଖାଏଁ ଉଇକେଟ୍ ପାଇଥିବା ବେଳେ ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଏବଂ କୁଲଦୀପ ଯାଦବଙ୍କୁ ଗୋଟିଏଁ ଲେଖାଏଁ ଉଇକେଟ୍ ମିଳିଥିଲା। ଉଭୟ ଦଳ ବିନା କୌଣସି ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଥିଲେ।

Get real time updates directly on you device, subscribe now.