fbpx

ଷ୍ଟାଇଲ ମାରି ଓହ୍ଲାଇବା ବେଳେ ଫସିଗଲେ ଯୁବକ: ଖସିଗଲା ପ୍ୟାଣ୍ଟ, ଦେଖନ୍ତୁ ମଜାଦାର Video

ସୋସିଆଲ ମିଡିଆରେ ବାହାଘରଠାରୁ ଆରମ୍ଭ କରି ଜୀବଜନ୍ତୁ ପର୍ଯ୍ୟନ୍ତ, ସମସ୍ତ ମଜାଳିଆ ଭିଡିଓ ରହିଛି । ପ୍ରତିଦିନ ଏପରି କିଛି ଭିଡିଓ ଅପଲୋଡ ହେଉଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଆସିଛି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା । ଭିଡିଓରେ ଜଣେ ଯୁବକଷ୍ଟାଇଲରେ ଷ୍ଟଣ୍ଟ କରୁଥିବା ବେଳେ ଫସିଯାଇଥିଲେ ।

କିଛି ସେକେଣ୍ଡର ଭିଡିଓରେ ଦେଖିବକୁ ମିଳୁଛି କି, ଷ୍ଟାଇଲିସ୍ ଭିଡିଓ ସୁଟ୍ କରିବା ଚକ୍କରରେ ଯୁବକ ଦ୍ୱାରା ଏପରି ଭୁଲ୍ ହେଲା କି, ବିଚାରାର ପ୍ୟାଣ୍ଟ ଖସିଗଲା । ଭିଡିଓରେ ଦେଖିବାକୁ ମିଳିଛି କି, ପ୍ରାୟ ୫ ଫୁଟ ଲମ୍ବା ପାଚେରୀ ରହିଛି , ଯେଉଁଥିରେ ଲୁହା ରଡ୍ ମଧ୍ୟ ବାହାରିଛି । ସେଥିରେ ଯୁବକ ଜଣକ ଷ୍ଟାଇଲ ମାରି ୨ଟି ହାତ ପାଚେରୀ ଉପରେ ରଖିଥିଲେ ଓ ଉପର ଆଡକୁ ଡେଇଁଥିଲେ । ଏହା ପରେ ସେ ନିଜର ୨ଟି ଗୋଡ ଉପରକୁ ଉଠାଇ ଅନ୍ୟପଟକୁ ବୁଲାଇଥିଲେ । ଫ୍ରେମରେ ସବୁକିଛି ଠିକ୍ ଆସୁଥିଲା, କିନ୍ତୁ ଯୁବକ ଦ୍ୱାରା ଗୋଟିଏ ଭୁଲ ହୋଇଗଲା ।

ସୂଚନା ମୁତାବକ, ଯୁବକ ଜଣକ କୁଦିକରି ଅନ୍ୟପଟକୁ ଆସିବା ପାଇଁ ପ୍ରୟାସ କରୁଥିବା ସମୟରେ ତାଙ୍କ ଗୋଡ ଲୁଡା ରଡରେ ଅଟକି ଯାଇଥିଲା ଓ ତାଙ୍କ ପ୍ୟାଣ୍ଟ ଖୋଲିଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ଏହା ପରେ ଯୁବକଙ୍କ ମୁଣ୍ଟ ତଳ ଆଡକୁ ଓ ଗୋଡ ଲୁହା ରଡ ଆଗକୁ ଝୁଲି ରହିଛି । ଯୁବକଙ୍କ ଏପରି ଅବସ୍ଥା ଦେଖି ଯୁଜର୍ସ ହସି ହସି ବେଦମ ହୋଇଛନ୍ତି ।

Get real time updates directly on you device, subscribe now.