ଡଟ୍ ଫେଷ୍ଟର ୭ମ ଦିବସ: ଅମିତ୍ ତ୍ରିବେଦୀଙ୍କ ରୋମାଣ୍ଟିକ୍ ସଂଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟକୁ ଇତିମଧ୍ୟରେ ସପ୍ତାହେ ବିତିଲାଣି, କିନ୍ତୁ ୭ମ ଦିନରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ୨୦,୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଓ ପରିଦର୍ଶକଙ୍କ ଆଗମନ ଦେଖିବାକୁ ମିଳିଛି । ୭ମ ଦିନରେ ବଲିଉଡ୍ର ସଙ୍ଗୀତ ନିର୍ଦ୍ଦେଶକ ଓ କମ୍ପୋଜର ଅମିତ ତ୍ରିବେଦୀ ରୋମାଣ୍ଟିକ୍ ସଂଗୀତ ଗୁଡିକ ମାଧ୍ୟମରେ ଭୁବନେଶ୍ୱରକୁ ଝୁମାଇଛନ୍ତି । ଏହି ଦିନର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଓଡିଆ ଗାୟକ ସ୍ୱୟମ୍ ପାଢୀଙ୍କ ସଙ୍ଗୀତ ପରିବେଷଣ । ଏହାବ୍ୟତୀତ ଦର୍ଶକମାନେ ଏହି ଡଟ୍ ଫେଷ୍ଟ୍ରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ମଜା ମଧ୍ୟ ଉଠାଇଛନ୍ତି । ଲିଟ୍ଟି ଚୋଖା, ଡାଲ ବାଟି ଓ କୋଲାପ ଷ୍ଟାଇଲ୍ ଗୁପଚୁପ୍ ଖାଦ୍ୟପ୍ରେମୀଙ୍କ
ହୃଦୟ ଜିତିଛି କାରଣ ପରିଦର୍ଶକମାନେ ଏହାକୁ ବହୁମାତ୍ରାରେ କ୍ରୟ କରିଛନ୍ତି ।

ନାଇଟ୍ ବଜାର/ଫ୍ଲି ମାର୍କେଟରେ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ ଏକ ଚମକ୍ରାର ମଞ୍ଚ ପ୍ରଦାନ କରିଛି ଯେଉଁଠାରେ ସେମାନେ ନିଜ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଛନ୍ତି । ଏଠାରେ ପରିଦର୍ଶକମାନେ ଧୁଡୁକି, ଡାପ୍ ଓ ଯୋଡିଖଙ୍କ ଭଳି ଓଡିଶାର ଆଞ୍ଚଳିକ ନୃତ୍ୟକଳାଗୁଡିକୁ ଦେଖିବାକୁ ପାଇବେ କାରଣ କଳାକାରମାନେ ନାଇଟ୍ ପ୍ଲେ ମାର୍କେଟ୍ ରେ ୩ଟି ମଞ୍ଚରେ ନିଜ କଳାର ପ୍ରଦର୍ଶନ କରୁଛନ୍ତି । ପରିଦର୍ଶକଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଥିବା କିଛି ଷ୍ଟଲ୍ ମଧ୍ୟରେ ସିମ୍ପଲ୍ କ୍ରେଜିସ୍, ଅର୍ବାନୋମ୍ୟାଡ୍, ପାବ ଜୁତି ଷ୍ଟୋର୍, ତନ୍ବୀର ଫ୍ରମ୍ ହିମାଚଳ, ଟ୍ରାଡିସ୍ନାଲ ଅରା-ବାରାଣସୀ, ରେଡ ଅକ୍ ରେ ଆଦି ସାମିଲ ଅଛନ୍ତି ।

ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବାର ଲକ୍ଷ୍ୟ ସହିତ ସ୍ଥାପିତ ହୋଇଥିବା ଫ୍ଲି ମାର୍କେଟ୍ରେ ଚମକ୍ରାର ଭିଡ ଦେଖିବାକୁ ମିଳିଛି ଓ ପରିଦର୍ଶକଙ୍କ ପାଇଁ ଏକ ଉତ୍ତମ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି, ଯେଉଁଠାରେ ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀଗୁଡିକୁ ପ୍ରଦର୍ଶନ କରାଯାଉଛି । ଏହାର ୨ୟ ସପ୍ତାହକୁ ଅଗ୍ରସର ହୋଇଥିବା ଡଟ୍ ଫେଷ୍ଟ୍ ଆଗାମୀ ଦିନରେ ଆହୁରି ବୃହତ୍ଓ ଉନ୍ନତ ହେବ ବୋଲି ଆଶା କରାଯାଉଛି । ୮ମଦିନରେ ଅର୍ଥାତ୍ ଜାନୁଆରୀ ୨୨ ତାରିଖ ୨୦୨୩ରେ ଡଟ୍ ଫେଷ୍ଟ୍ରେ ‘ସୁହାନା ସଫର୍’ ବିଷୟବସ୍ତୁ ଆୟୋଜିତ ହେବ ଏବଂ ଉଦିତ୍ ନାରାୟଣ, ଅଲ୍କା ୟାଗ୍ନିକ୍ ଓ ସତ୍ୟଜିତ ଙ୍କ ଭଳି ଶାସ୍ତ୍ରୀୟ ଓ କିମ୍ବନ୍ଦନ୍ତୀ ସଙ୍ଗୀତଜ୍ଞମାନେ ମଞ୍ଚରେ ପ୍ରଦର୍ଶନ କରିବେ ।