fbpx

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ କୋର୍ଟ ଝଟକା, ପତ୍ନୀ ହସିନ ଜାହାନଙ୍କୁ ମାସିକ ଏତିକି ଟଙ୍କା ଦେବେ ଭରଣପୋଷଣ

କୋଲକାତା: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କୋଲକାତା କୋର୍ଟ ଶାମିଙ୍କୁ ତାଙ୍କ ବିଚ୍ଛିନ୍ନ ପତ୍ନୀ ହସିନ ଜାହାନଙ୍କୁ ମାସିକ ପଚାଶ ହଜାର ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଲିପୋର କୋର୍ଟର ବିଚାରପତି ଅନିନ୍ଦିତା ଗାଙ୍ଗୁଲି ଏହି ମାମଲାର ଶୁଣାଣି କରିଛନ୍ତି।

ତେବେ ଏହି ପରିମାଣରେ ହସିନ ଜାହାନ ଖୁସି ନୁହଁନ୍ତି। କାରଣ ସେ ମାସକୁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ୨୦୧୮ ମସିହାରେ, ହସିନ ଜାହାନ ଏକ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦାବି କରି ଏକ ଆଇନଗତ ଆବେଦନ କରିଥିଲେ। ଏହି ଆବେଦନରେ ହସିନ ଜାହାନ କହିଛନ୍ତି ଯେ ସେ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ୭ ଲକ୍ଷ ଟଙ୍କା ଏବଂ ତାଙ୍କ ଝିଅର ଭରଣପୋଷଣ ପାଇଁ ମାସକୁ ୩ ଲକ୍ଷ ଟଙ୍କା ଚାହୁଁଛନ୍ତି। ତେବେ ହାସିନ୍ ଜାହାନ୍ ବର୍ତ୍ତମାନ ହାଇକୋର୍ଟରେ ଏହି ରାୟ ବିରୋଧରେ ଆବେଦନ କରିପାରନ୍ତି।

୨୦୧୮ ମସିହାରେ, ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ବ୍ୟକ୍ତିଗତ ଜୀବନରେ ଏକ ଏହି ପାରିବାରିକ ଝଡା ଆସିଥିଲା। ଶାମିଙ୍କ ଉପରେ ଘରୋଇ ହିଂସା, ମ୍ୟାଚ୍ ଫିକ୍ସିଂ, ଯୌତୁକ ନିର୍ଯ୍ୟାତନା ଭଳି ଗୁରୁତର ଅଭିଯୋଗ ପତ୍ନୀ ହସିନ ଜାହାନ ଆଣିଥିଲେ। ଏହା ପରେ ମହମ୍ମଦ ଶାମି ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ପରେ ଶାମି ଏବଂ ହସିନ ଜାହାନ ଅଲଗା ହୋଇଥିଲେ।

Get real time updates directly on you device, subscribe now.