fbpx

ଆପଣ ଜାଣିଛନ୍ତି କି କେଉଁଠି ଅଛି ଦ୍ୱିତୀୟ କୋଣାର୍କ ? ଆସନ୍ତୁ ଜାଣିବା…

ଗଞ୍ଜାମ: ଓଡ଼ିଶାର ସୂର୍ଯ୍ୟ ମନ୍ଦିର ବିଷୟରେ କହିଲେ ଆମ ମନକୁ ଆସେ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର । କିନ୍ତୁ ଓଡ଼ିଶାରେ ଆଉ ଦୁଇଟି ସୂର୍ଯ୍ୟ ମନ୍ଦିର ରହିଛି । ଯିଏକି ଦ୍ୱିତୀୟ କୋଣାର୍କ ଭାବରେ ପରିଚିତ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ମନ୍ଦିର ସମ୍ପର୍କରେ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ବିରଞ୍ଚି ନାରାୟଣଙ୍କ ମନ୍ଦିର ଅବସ୍ଥିତ । ଏହା କଟକ ସହର ଠାରୁ ପ୍ରାୟ ୧୬୫ କିଲୋମିଟ ଦୁରରେ ଅବସ୍ଥିତ ।ଏହାକୁ ରାଜା ଶ୍ରୀକାର ଭଞ୍ଜଦେବ ୧୭୯୦ ମସିହାରେ ନିର୍ମାଣ କରିଥିଲେ । ମନ୍ଦିରକୁ ସୂର୍ଯ୍ୟଦେବତାକୁ ସମର୍ପିତ କରାଯାଇଛି । ମନ୍ଦିରଟି ସୁଉଚ୍ଚ ହେଉନଥିଲେ ବି ଖୁବ୍ ସୁନ୍ଦର । ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ କାଠରେ ନିର୍ମାଣ ହେବା ସହ ଏହାକୁ ରଥାକୃତିର କରାଯାଇଛି ।ଏହାକୁ ମଧ୍ୟ କାଠ କୋଣାର୍କ କୁହାଯାଇଥାଏ । ପଶ୍ଚିମାମୁଖୀ ମନ୍ଦିରରେ ବିଭିନ୍ନ କରୁକାର୍ଯ୍ୟ ଦେଖିବାକୁ ମିଳିଛି । ମନ୍ଦିର କାନ୍ଥରେ ରାମଲୀଳା ଏବଂ କୃଷ୍ଣଲୀଳାର ଚିତ୍ରକୁ ସ୍ଥାପନ କରାଯାଇଛି । ମନ୍ଦରଟି ୪୮ କୋଟି ଖୁମ୍ବ ଉପରେ ଦଣ୍ଡାୟମାନ କରାଯାଇଛି ।

କିମ୍ବଦନ୍ତୀ ଅନୁସାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ରଥ ଆକୃତିର ହୋଇଥିବା ବେଳେ ଏଥିରେ ୭ ଗୋଟି ଅଶ୍ୱ ସହିତ ୧୨ ଗୋଟି ଚକ ରହିଛି କିନ୍ତୁ ବିରଞ୍ଚି ନାରାୟଣ ମନ୍ଦିରରେ ୭ ଗୋଟି ଅଶ୍ୱ ସହିତ ଗୋଟିଏ ମାତ୍ର ଚକ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରେ ଉଦୟ ସୂର୍ଯ୍ୟ କିରଣ ମୂର୍ତ୍ତିୀଙ୍କୁ ସ୍ପର୍ଶ କରୁଥିବା ବେଳେ ଏଠାରେ କିନ୍ତୁ ଅସ୍ତଗାମୀ ସୂର୍ଯ୍ୟଙ୍କର ଆଭାସ ସୂର୍ଯ୍ୟ ମୂତ୍ତିଙ୍କୁ ସ୍ପର୍ଶ କରିଥାଏ ଏବଂ କୁହାଯାଉଛି ଯେ ଏହି ପ୍ରତିମା ହେଉଛି କୋଣାର୍କ ମନ୍ଦିରର ହଜିଯାଇଥିବା ପ୍ରତିମା ।ମନ୍ଦିରେ ବିରଞ୍ଚି ନାରାୟଣଙ୍କର ୩ ଟି ମୂତ୍ତି ରହିଛି । ଏଠାରେ ଅନେକଧାତୁ ମୂତ୍ତି ମଧ୍ୟ ପ୍ରତିଷ୍ଠା କରାଯାଇଛି । ଭଗବାନ ବିରଞ୍ଚି ନାରାୟଣ ଦୁଇ ହାତରେ ୨ଟି ପଦ୍ମ ଫୁଲ ଧରିଛନ୍ତି । ମନ୍ଦିରର ଗର୍ଭଗୃହକୁ ଲାଗି ରାଜା ଭଞ୍ଜଦେବଙ୍କ କୂଳ ଦେବତା ପୂଜା ପାଉଛନ୍ତି ।ଏଠାରେ ରାମ,ଲକ୍ଷ୍ମଣ ଏବଂ ସୀତାଙ୍କର ମୂତ୍ତି ସ୍ଥାପନ କରାଯାଇଛି । ତେବେ କୋଣାର୍କ ସୂର୍ଯ୍ୟ ମନ୍ଦର ପରେ ବିରଞ୍ଚି ନାରାୟଣଙ୍କ ମନ୍ଦିରଙ୍କୁ ଦ୍ୱିତୀୟ କୋଣାର୍କ ବୋଲି କୁହାଯାଇଥାଏ ।

Get real time updates directly on you device, subscribe now.