fbpx

ଆଜି ହେଉଛି ଆନ୍ତର୍ଜାତୀୟ ଶିକ୍ଷା ଦିବସ, ଜାଣନ୍ତୁ କଣ ରହିଛି ଏହି ବର୍ଷର ଥିମ୍

ନୂଆଦିଲ୍ଲୀ: ଏଜୁକେସନ ଡେ, ଅର୍ଥାତ ଆଜି ହେଉଛି ଆନ୍ତର୍ଜାତୀୟ ଶିକ୍ଷା ଦିବସ । ଶିକ୍ଷାର ମହତ୍ୱକୁ ଦୁନିଆରେ ବୁଝାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୪ ତାରିଖ ଦିନ ଇଣ୍ଟରନାସନାଲ ଏଜୁକେସନ ଡେ ରୂପରେ ପାଳନ କରାଯାଉଛି । ଶିକ୍ଷା ସବୁଠାରୁ ଶକ୍ତିଶାଳୀ ଜିନିଷ ଅଟେ । ଏହା ଜୀବନକୁ ସହଜ ଏବଂ ମାଣିଷକୁ ମଣିଷତ୍ୱ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ବ୍ୟକ୍ତିର ଜୀବନ ସବୁ ଦିଗରୁ ସୁନ୍ଦର ହୋଇଥାଏ । କେବଳ ଅର୍ଥିକ ସ୍ତର ନୁହେଁ ଏହା ବୌଦ୍ଧିକ ସ୍ତରରେ ମଧ୍ୟ ଉନ୍ନତି ଆଣିଥାଏ । ତେଣୁ ଏହି ଦିନରେ ଶିକ୍ଷାର ମହତ୍ତ୍ୱକୁ ବୁଝାଇବା ପାଇଁ ଦେଶ ଦୁନିଆରେ ବହୁ କାର୍ଯ୍ୟକ୍ରମ, ସେମିନାର ଏବଂ ଅନ୍ୟାନ୍ୟ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ୟୁନେସ୍କୋ ରିପୋର୍ଟ ଅନୁଯାୟୀ, ଆଜି ୨୪୪ ନିୟୁତ ଶିଶୁ ଏବଂ ଯୁବକ ବିଦ୍ୟାଳୟ ବାହାରକୁ ବାହାରିଛନ୍ତି ଏବଂ ପ୍ରଚାର କରୁଛନ୍ତି, ଶିକ୍ଷା ଦାରିଦ୍ର୍ୟତାରୁ ବାହାରିବାର ସିଡି ଏବଂ ଏହା ଭବିଷ୍ୟତ ପାଇଁ ମାର୍ଗ ପ୍ରଦର୍ଶନ କରେ । ଆମ ଦେଶରେ ଶିକ୍ଷାର ଅର୍ଥ ହେଉଛି ବଡ ବଡ ଡିଗ୍ରୀ ହାସଲ କରିବା । ଭାରତରେ ଶିକ୍ଷାକୁ ଭଲ ଚାକିରି , ଭଲ କମ୍ପାନୀ ଏବଂ ଭଲ ଦରମା ସହ ସଂଯୋଗ କରାଯାଉଛି । କହିବାକୁ ଗଲେ ଶିକ୍ଷା କେବଳ ଭଲ ଚାକିରି ପାଇବାର ନାମ ଅଟେ, ଏହା ଆପଣଙ୍କ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

ଏହି ସବୁ ଜିନିଷ ସହିତ, ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ,  ଆନ୍ତର୍ଜାତୀୟ ଶିକ୍ଷା ଦିବସ ୨୦୨୩ ର ବିଷୟବସ୍ତୁ କ’ଣ ଜାଣିବା ନିହାତି ଆବଶ୍ୟକ । ଚଳିତ ବର୍ଷର ଆନ୍ତର୍ଜାତୀୟ ଶିକ୍ଷା ଦିବସ “ଲୋକମାନଙ୍କ ମଧ୍ୟରେ ନିବେଶ କରନ୍ତୁ ଏବଂ ଶିକ୍ଷାକୁ ପ୍ରାଥମିକତା ଦିଅନ୍ତୁ” ଏହା ଥିମ୍ ଅଧୀନରେ ପାଳନ କରାଯିବ। ଚଳିତ ବର୍ଷର ଆନ୍ତର୍ଜାତୀୟ ଶିକ୍ଷା ଦିବସ ଆଫଗାନିସ୍ତାନ ମହିଳା ଏବଂ ବାଳିକାମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି, ଯେଉଁମାନେ ଶିକ୍ଷା, ଅଧ୍ୟୟନ ଏବଂ ଶିକ୍ଷାଦାନ କରିବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି।

Get real time updates directly on you device, subscribe now.