fbpx

ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ର ଜେଲ୍ ରୁ ମୁକ୍ତ ହେଲେ ୧୮୯ ଜଣ କଏଦୀ

ମୁମ୍ବାଇ: ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ରର ବିଭିନ୍ନ କାରଗାରରୁ କଏଦୀମାନଙ୍କୁ ମୁକ୍ତ କରାଯାଇଛି । ୧୮୯ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦେବା ପାଇଁ ରାଜ୍ୟ ସରକାର ଆଦେଶ ଜାରି କରିଥିଲେ। ସୂଚନା ଅନୁସାରେ ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରେ ନାଶିକ ଏବଂ ନାଗପୁର କେନ୍ଦ୍ରୀୟ କାରଗାରରୁ ୩୫ ଜଣ,ପୁଣେର ୟାରୱାଡ଼ା ସେଣ୍ଟାଲ ଜେଲ୍ ରୁ ୨୦ ଜଣ , ନାଭି ମୁମ୍ବାଇର ତାଲୋଜାକେନ୍ଦ୍ରୀୟ ଜେଲରୁ ୧୬ ଜଣ,ଥାନେ କେନ୍ଦ୍ରୀୟ ଜେଲରୁ ୧୧ ଜଣ ଏବଂ ମୁମ୍ବାଇ କେନ୍ଦ୍ରୀୟ କାରାଗାର (ରୋଡ଼୍ ଜେଲରୁ ) ୪ ଜଣ ଲେଖାଏଁ କଏଦୀ ଅଛନ୍ତି । କାରଗାରର ମୁଖପାତ୍ର ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର କାରଗାର ବିଭାଗ ଗତ ସପ୍ତାହରେ ‘ଆଜାଦି କି ଅମୃତ’ ମହୋତ୍ସବକୁ ପାଳନ କରିବା ପାଇଁ କହିଥିଲେ ଯାହା ଫଳରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି କଏଦୀମାଦଙ୍କୁ କ୍ଷମା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହା ତିନଟି ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସୂଚନା ରହିଛି । ଏହା ଭିତରେ ୧୫ ଅଗଷ୍ଟ ୨୦୨୨,୨୬ ଜାନୁଆରୀ୨୦୨୩ ଏବଂ ୧୫ ଅଗଷ୍ଟ ୨୦୨୩ ରେ ମୁକ୍ତ କରିବାକୁ କହିଛନ୍ତି ।

ସୂଚନାମୁତାବକ କଏଦୀମାନଙ୍କର ବୟସ,ଜେଲ୍ ରେ ବିତାଇଥିବା ସମୟ,ଭିନ୍ନକ୍ଷମ ଏବଂ ସ୍ୱାସ୍ଥ୍ୟ ଅବସ୍ଥାକୁ ଆଧାର କରି ସେମାନଙ୍କୁ ଚୟନ କରାଯାଇଥିଲା । ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରୁ ୧୬ ରୁ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ଏବଂ ସେମାନେ ୫୦ ପ୍ରତିଶତ ଦଣ୍ଡ ଭୋଗିସାରିଛନ୍ତି । ସେଠାରେ ୧୬୨ ଜଣ କଏଦୀ ଅଛନ୍ତି ଯେଉଁମାନେ ମୋଟ ଦଣ୍ଡର ୬୬ ପ୍ରତିଶତ ସମାପ୍ତ କରିଛନ୍ତି ।

ଏଥି ମଧ୍ୟରୁ ୧୦ ଜଣ କଏଦୀଙ୍କ ବୟସ ୧୮ ରୁ ୨୧ ବର୍ଷ ମଧ୍ୟରେ ରହିଛି ।ଯେଉଁମାନେ ଦ୍ୱିତୀୟଥର କୌଣସି ଅପରାଧ କରିନାହାନ୍ତି। ଏହା ସହିତ ଜଣେ ଗରିବ କଏଦୀ ଅଛନ୍ତି ,ଯିଏ ଦଣ୍ଡ ଭୋଗିଛନ୍ତି କିନ୍ତୁ ଜୋରିମାନା ପ୍ରଦାନ ନକରିବାରୁ ସେ ମୁକ୍ତ ହୋଇ ନାହାନ୍ତି । ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ରେ ୯ ଟି କେନ୍ଦ୍ରୀୟ ଜେଲ ସହିତ ମୋଟ ୬୦ ଜେଲ ରହିଛି । ନଭେମ୍ବର ୨୦୨୨ ସୁଦ୍ଧା ଏହି ଜେଲ୍ ଗୁଡ଼ିକରେ ୪୦ ହଜାରରୁ ଅଧିକ କଏଦୀ ଥିଲେ ।

Get real time updates directly on you device, subscribe now.