fbpx

ଆମାଜନ କର୍ମଚାରୀଙ୍କ ଦାବି, ‘ରୋବଟ୍ ଠାରୁ ଅଧିକ ଖରାପ ବ୍ୟବହାର କରାଯାଉଛି, ଶୌଚାଳୟ ଯିବା ଉପରେ ଉଠୁଛି ପ୍ରଶ୍ନ’

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀମାନେ ଦରମା ବିଷୟକୁ ଆଧାର କରି ବ୍ରିଟେନ୍‌ରେ ଷ୍ଟ୍ରାଇକ୍ କରିଛନ୍ତି। ଏହାରି ମଧ୍ୟରେ ଅନେକ କର୍ମଚାରୀ କମ୍ପାନୀ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। କିଛି କର୍ମଚାରୀମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ ଶୌଚଳାୟ ଯିବା ପାଇଁ ମଧ୍ୟ ସମୟ ନିର୍ଦ୍ଧାରଣ କରିଦିଆ ଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀର କୋଭେଣ୍ଟ୍ରି ଗୋଦାମର ଶ୍ରମିକମାନେ ଏହି କଥା କହିଛନ୍ତି। କର୍ମଚାରୀମାନେ କହିଛନ୍ତି ଯେ ସେମାନଙ୍କୁ ନିରନ୍ତର ନଜର ରଖାଯାଉଛି।

ବ୍ରିଟେନ୍ ସାଧାରଣ ବ୍ୟାପାର ବିଭାଗର ଜଣେ ଅଧିକାରୀ ବିବିସିକୁ କହିଛନ୍ତି ଯେ, ଆମାଜନ ଭଲ ପ୍ରଦର୍ଶନକାରୀଙ୍କୁ ଜାଣିବା ପାଇଁ ଏକ ସ୍ୱତନ୍ତ୍ର ଏକ କୌଶଳ ବ୍ୟବହାର କରୁଛି। କର୍ମଚାରୀଙ୍କ ଶୌଚଳାୟ ଯିବା ଉପରେ ମଧ୍ୟ ପ୍ରଶ୍ନ ଉଠା ଯାଉଛି। ତେବେ ଏହି କର୍ମଚାରୀ ମାନଙ୍କ ମଧ୍ୟରୁ ଜଣେ ଦାବି କରିଛନ୍ତି ଯେ, ଗୋଦାମରେ କର୍ମଚାରୀ ମାନଙ୍କଠାରୁ ରୋବଟ ସହିତ ଭଲ ବ୍ୟବହାର କରାଯାଇଥାଏ।

ଏହି ମାମଲାରେ ଆମାଜନ ପ୍ରବକ୍ତା ବିବିସିକୁ କହିଛନ୍ତି, ‘ପ୍ରଦର୍ଶନ ସେତେବେଳେ ମପାଯାଏ ଯେତେବେଳେ କେହି କର୍ମଚାରୀ ନିଜର ଷ୍ଟେସନ୍‌ରେ ଥାଏ ଏବଂ ନିଜର କାମ ପାଇଁ ଲଗ୍ ଇନ୍ କରିଥାଏ। ଯଦି ସେ ଲଗ୍ ଆଉଟ୍ କରନ୍ତି, ଯାହା ସେ କୋଣସି ସମୟରେ କରିପାରିବେ, ଏବଂ ଏହି ସମୟରେ ପ୍ରଦର୍ଶହନ ଉପକରଣ ବନ୍ଦ ରହିଥାଏ। ସେ ଏହା ମଧ୍ୟ କହିଛନ୍ତି ଯେ କର୍ମଚାରୀମାନେ କାର୍ଯ୍ୟଦକ୍ଷତା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ କମ୍ପାନୀ କୋଚିଂ ଅଭ୍ୟାସକୁ ଉତ୍ସାହିତ କରିଥାଏ।’

ତେବେ ଏହି ଦାବି ଏବଳି ସମୟରେ ଆସିଛି, ଯେତେବେଳେ ବୁଧବାର କମ୍ପାନୀ ୧୫୦୦ କର୍ମଚାରୀଙ୍କ ମଧ୍ୟରୁ ୩୦୦ଶ୍ରମିକମାନେ ବ୍ରିଟେନର କୋଭେନଟ୍ରି ଗୋଦାମରୁ ‘ଅପମାନଜନକ’ ବେତନକୁ ବିରୋଧ କରୁଛନ୍ତି । କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ କୋଟି କୋଟି ସମ୍ପତ୍ତିକୁ ସୂଚାଇ ୱେଷ୍ଟଉଡ୍ କହିଛନ୍ତି, “ଆମେ ସେମାନଙ୍କ ଡଙ୍ଗା କିମ୍ବା ସେମାନଙ୍କ ରକେଟ୍ ଚାହୁଁ ନାହୁଁ, କେବଳ ଜୀବିକା ନିର୍ବାହ କରିବାକୁ ଚାହୁଁଛୁ । ସୂଚନାଯୋଗ୍ୟ ବ୍ରିଟେନ୍‌ରେ ବର୍ତ୍ତମାନ ଗତ ୪୧ ବର୍ଷରେ ସର୍ବାଧିକ ମୁଦ୍ରାସ୍ଫୀତି ଦେଇ ଗତୀ କରୁଛି ।

Get real time updates directly on you device, subscribe now.