fbpx

ଝିଟିପିଟି ର ଛୁଆ ଯାତ୍ରା କରିଲା ୪,୫୦୦ କିମି, ଶେଷରେ ଲାଞ୍ଜ ଅପରେସନ କରାଗଲା

ଲଣ୍ଡନ: ବିବିସିର ଏକ ରିପୋର୍ଟ ଅନୁସାରେ, ଏକ ଝିଟିପିଟି ଷ୍ଟ୍ରବେରୀ ଗୀନାରେ ମିସ୍ରରୁ ମେନଚେଷ୍ଟର ପର୍ଯ୍ୟନ୍ତ ୪,୫୦୦ କିମିରୁ ଅଧିକ ଯାତ୍ରା କରିଛି । ଝିଟିପିଟିର ଏହି ଛୁଆ, ଜଣେ ମହିଳାଙ୍କ ଫ୍ରିଜରେ ମିଳିଥିଲା ଯାହାକୁ ସେ ଲିଡଲ ଷ୍ଟୋରରେ ଫଳ କିଣିବା ବେଳେ ଦେଖିଥିଲେ ।

ସୂଚନା ଅନୁସାରେ, ସେହି ମହିଳାଙ୍କ ନାମ ହେଉଛି ନିକତା ମୋରନ ସେ ହେଉଛନ୍ତି ଜଣେ ନର୍ସ, ଯେତେବେଳେ ଫ୍ରିଜରୁ ସେହି ଷ୍ଟ୍ରବେରୀ ଗୀନା ବାହାରକଲେ ସେଥିରେ ଏକ ଫଳ ଉପରେ ସେହି ଝିଟିପିଟି ଟି ଶୋଇଥିବାର ଦେଖିଲେ । ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେନି । ପୁର୍ନବାର ସେ ସେହି ଗୀନାକୁ ଚାହିଁଲା ପରେ ସେହି ସମାନ ଝିଟିପିଟି ଛୁଆକୁ ଦେଖିଥିଲେ ।

ନିକିତା ମୋରନବ କହିଛନ୍ତି ଯେ, ମୁଁ ସେହିଯାତ୍ରାକୁ କେବେ ହେଲେ ଭୁଲିପାରିବିନି । ସେହି ଝିଟିପିଟିର ପଛ ଲାଞ୍ଜ ନଥିଲା । ସେ ଫଳ ଭିତରୁ ତାକୁ ବାହାର କରି ଏକ ଟବ୍ ରେ ରଖି, ବ୍ରିଟେନର ପଶୁ କଲ୍ୟାଣ ସମାଜ ରାୟଲ ସୋସାଇଟି ଫର ଦ ପ୍ରିବେଶନ ଅଫ କ୍ରୁଏଲ୍ଟି ଟୁ ଆନିମଲ୍ସ କୁ ଡ଼ାକିଥିଲେ । ଏହାକୁ ପଶୁ ବିଭାଗର ଲୋକେ ନେଇ ଝିଟିପିଟି ର ନଥିବା ଲାଞ୍ଜକୁ ଲଗାଇ ଦେଲେ । ତାଙ୍କ କହିବା ମୁତାବକ କିଛିଦିନ ପରେ ସେହି ଝିଟିପିଟି ଠିକ୍ ହୋଇଯିବ ।

Get real time updates directly on you device, subscribe now.