fbpx

ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ କିଏ ଜିତିବ? ଆସନ୍ତୁ ଜାଣିବା ମୋଦୀଙ୍କ ପ୍ଲାନ ବିଷୟରେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ରାଜନୈତିକ ଦଳ ନିଜନିଜ ଭିତରେ ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ ଜନତା ପାର୍ଟୀ ପୁର୍ନବାର ବହୁମତ ସହ ନିର୍ବାଚନ ଜିତିବ ବୋଲି ଦାବି କରିଆସିବା ସହ କଂଗ୍ରେସ ଭାରତ ଯୋଡ ଯାତ୍ରା ଜରିଆରେ ନିଜର ହରାଇଥିବା ଶାଖାକୁ ଏକଜୁଟ କରିବାରେ ଲାଗିପଡିଛି । ଅନ୍ୟପଟେ ଅନ୍ୟାନ୍ୟ ବିପକ୍ଷ ଦଳ ନିଜର ପ୍ରସ୍ତୁତ ଚଲାଇଛନ୍ତି । ଏହାରି ମଧ୍ୟରେ ମୁଡ ଅଫ ଦ ନେଶନ ସର୍ଭେ କରାଯାଇଛି । ଯେଉଁଥିରେ ଦେଶର ଜନତାଙ୍କ ମତ ବିଷୟରେ ଜଣିବାକୁ ପ୍ରୟାସ କରାଯାଇଛି ।

ଏହି ସର୍ଭେ ମାଧ୍ୟମରେ ଲୋକଙ୍କୁ ବହୁ ପ୍ରକାର ପ୍ରଶ୍ନ ପଚରାଯାଇଛି ଏବଂ ସେମାନେ ଏଥିରେ ନିଜର ରାୟ ଦେଇଛନ୍ତି । ଏଥିରେ ପ୍ରଶ୍ନ କରାଯାଇଛି, ଦେଶରେ ଆଜି ଯଦି ଲୋକସଭା ନିର୍ବାଚନ କରାଯିବ ତେବେ କିଏ ସରକାର ହେବ? ଲୋକେ ଏହାର ଉତ୍ତର ଦେଇ କହିଥିଲେ ଯେ, ଦେଶରେ ପୁଣିଥରେ ବିଜେପି କେନ୍ଦ୍ରରେ ସରକାର ହେବ । ଅନ୍ୟପଟେ କଂଗ୍ରେସର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ହେଲେ ବିଜେପିକୁ ଆସନରୁ ହଟାଇ ପାରିବନି । ଏହି ସଂଖ୍ୟା ୧୦୦ ପର୍ଯ୍ୟନ୍ତ ମଧ୍ୟ ନଜର ଆସୁନାହିଁ । ତେବେ କାହାକୁ ମିଳିବ କେତେ ସିଟ୍ ତାହା ଜାଣିବା ।

ସର୍ଭେ ରିପୋର୍ଟ ଅନୁସାରେ, ଲୋକସଭାର ମୋଟ ୫୪୩ଟି ସିଟ୍ ମଧ୍ୟରୁ ଏନଡିଏ-୨୯୮, ୟୁପି-୧୫୩, ଅନ୍ୟାନ୍ୟ-୯୨ସିଟ ଜିତିବେ । ସେହିପରି ପ୍ରତିଶତ ଅନୁସାରେ ଏନଡ଼ିଏ-୪୩%, ୟୁପିଏ-୩୦% ଏବଂ ଅନ୍ୟାନ୍ୟ ୨୭% ପ୍ରତିଶତ ସିଟ ହାସଲ କରିବେ । ତେବେ ଆଜି ଯଦି ଲୋକସଭା ନିର୍ବାଚନ ହୋଇଥାନ୍ତା ତେବେ କେଉଁ ପାର୍ଟୀକୁ କେତେ ପ୍ରତିଶତ ଭୋଟ ମିଳିଥାନ୍ତା? ବିଜେପି-୩୯%, କଂଗ୍ରେସ-୨୨% ଏବଂ ଅନ୍ୟାନ୍ୟ ୩୯% ।

ସର୍ଭେରୁ ଜଣା ପଡ଼ିଛି ଯେ, ଏନଡିଏକୁ କେଉଁ ରାଜ୍ୟରେ ଫାଇଦା ମିଳିବ

ଆସାମ- ୧୨ସିଟ୍ ଯାହାକି ୨୦୧୯ ଲୋକସଭା ନିର୍ବାଚନରେ ୯ଟି ସିଟ୍ ଅଧିକାର କରିଥିଲା । ସେହିପରି
ତେଲେଙ୍ଗାନା-୬ଟି ସିଟ୍( ୨୦୧୯ରେ ୪ଟି ସିଟ୍)
ପଶ୍ଚିମ ବଙ୍ଗଳା-୨୦ଟି ସିଟ୍( ୨୦୧୯ରେ ୧୮ଟି ସିଟ୍)
ଉତ୍ତରପ୍ରଦେଶ- ୭୦ଟି ସିଟ୍( ୨୦୧୯ ରେ ୬୪ଟି ସିଟ୍)

ୟୁପିଏକୁ କେଉଁ ରାଜ୍ୟରେ ଫାଇଦା ମିଳିବ?

କର୍ଣ୍ଣାଟକ- ୧୭ସିଟ୍ (୨୦୧୯ ରେ ୨ସିଟ୍)
ମହାରାଷ୍ଟ୍ର- ୩୪ସିଟ୍ (୨୦୧୯ ରେ ୬ଟି ସିଟ୍)
ବିହାର- ୨୫ ସିଟ୍ ( ୨୦୧୯ରେ କେବଳ ୧ ସିଟ୍ )

Get real time updates directly on you device, subscribe now.